ବି-ଟାଉନରେ ବାଜିବ ବରୁନ ଙ୍କ ଶାହାନାଇ
(ଯୁଗାବ୍ଦ ନ୍ୟୁଜ) ବଲିଉଡ ର ଲୋକପ୍ରିୟ କଳାକାର ବରୁନ ଧୱନ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ନଭେମ୍ବରରେ ତାଙ୍କ ଗର୍ଲଫ୍ରେଣ୍ଡ ନତାସା ଙ୍କ ସହ ବିବାହ କରିବେ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, ବରୁଣ ଏବଂ ନତାସାଙ୍କ ନିର୍ବନ୍ଧ ଗତବର୍ଷ ଗୁପଚୁପ୍ ଭାବରେ ହୋଇଥିଲା । ଏହି ପ୍ରୋଗ୍ରାମରେ କେବଳ ଘର ଲୋକ ଉପସ୍ଥିତ ଥିଲେ । ତାଙ୍କର ବିବାହ ଏକ ହାଇ ପ୍ରୋଫାଇଲ ଅନ୍ଦଜରେ ହେବ ବୋଲି ଅନୁମାନ କରାଯାଉଛି । ବରୁଣ ଏବଂ ନତାସାଙ୍କ ପରିବାର ଏଥିପାଇଁ ପ୍ରସ୍ତୁତି କରିବା ଆରମ୍ଭ କରି ଦେଲେଣି ।


