ବିଜେପି କାର୍ଯାଳୟ ରେ 74ତମ ସ୍ୱାଧୀନତା ଦିବସ ପାଳନ
ଛତ୍ରପୁର,(ଓ୍ବାଇଏନ୍ଏସ୍) :ଆଜି 74 ତମ ସ୍ୱାଧୀନତା ଦିବସ ଅବସରରେ ଛତ୍ରପୁର ବିଜେପି କାର୍ଯ୍ୟାଳୟ ଠାରେ ପତକା ଉତ୍ତୋଳନ କାର୍ଯ୍ୟକ୍ରମ ସାମାଜିକ ଦୂରତା ବଜାୟ ରଖି ସମ୍ପୂର୍ଣ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ପ୍ରଥମ ବିଧାୟକ ପାର୍ଥି ସଦାଶିବ ସାହୁ ଯୋଗ ଦାନ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେପି ନେତା ପ୍ରଶାନ୍ତ କୁମାର କର , ଛତ୍ରପୁର ଏନଏସି ମଣ୍ଡଳ ସଭାପତି ସଂଜୀତ କୁମାର ରାଉଳ, ସାଧାରଣ ସମ୍ପାଦକ ଅମରେଶ କୁମାର ମହାରଣା (ଚିଣ୍ଟୁ), ଡି.ସୁରେଶ ରେଡି, ଆଇନଜୀବୀ ପ୍ରଦୀପ କୁମାର ପାଢୀ, ପି. ତିରୁପତି ରାଓ, ରୁଇନା ପଟ୍ଟନାୟକ, ବସନ୍ତ ବେହେରା ଆଦି ଯୋଗଦାନ ଦେଈ କାର୍ଯ୍ୟକ୍ରମ କୁ ସଫଳ କରିଛନ୍ତି।


