ଓକିଲଙ୍କୁ ଆକ୍ରମଣ ଘଟଣାର ନିନ୍ଦା

ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍) : ବ୍ରହ୍ମପୁର ସହରରେ ପ୍ରେମ ନଗରରେ ଜନଗହଳି ପୂର୍ଣ୍ଣ ହୋଇ ଟ୍ରାଫିକ ଭିଡ ହୋଇଥିବା ସମୟରେ ଜଣେ ଯୁବକ ଓଭରଟେକ କରି ଯିବାକୁ ଉଦ୍ୟମ କରୁଥିବା ସମୟରେ ଜଣେ ଆଇନଜୀବୀ ପ୍ରଫୁଲ ଜଗନ୍ନାଥ ପାଢୀ ବାରଣ କରିଥିବାରୁ ଓକିଲଙ୍କ ଉପରେ ହୋଇଥିବା ଆକ୍ରମଣକୁ ଗଂଜାମ ଜିଲ୍ଲା ଓକିଲ ସଂଘ ଓ ଗଂଜାମ ଓ ଗଜପତି ନୋଟାରୀ ସଂଘ ପକ୍ଷରୁ ନିନ୍ଦା କରିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ଦୁଇ ସଂଘ ପକ୍ଷରୁ ବ୍ରହ୍ମପୁର ଏସପି ପିନାକି ମିଶ୍ରଙ୍କ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ନୋଟାରି ସଂଘ ସଭାପତି ପ୍ରସାଦ ରାଓ , ସଂପାଦକ ପ୍ରକାଶ ଚନ୍ଦ୍ର ଦାଶ , ଗଂଜାମ ଓକିଲ ସଂଘ ସଭାପତି ରବୀ ପାଣିଗ୍ରାହି , ସଂମ୍ପାଦକ କୈଳାସ ପାଣିଗ୍ରାହିଙ୍କ ସମେତ ଦୀପକ ପଟ୍ଟନାୟକ ,ପ୍ରଦୀପ ବେହେରା , ପ୍ରମୁଖ ପଟୁଆରରେ ଯାଇ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ