ଜୁଆ ଆଡ୍ଡା ଉପରେ ଚଢାଉ ,୧୨ ଜୁଆଡି ଗିରଫ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ତାରିଣୀ ଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢାଉ କରାଯାଇ ୧୨ ଜଣ ଜୁଆଡଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ହୋଇଥିବା ଜୁଆଡି ମାନଙ୍କ ପରିଚୟ ବ୍ରହ୍ମପୁରର ଦୀନବନ୍ଧୁ ପାତ୍ର , ସତ୍ୟନାରାୟଣ ଭୂୟାଁ , ଜଗା ପ୍ରଧାନ , ଶ୍ରୀଧର ସାହୁ , ଛତ୍ରପୁରର ମନୋରଞ୍ଜନ ବେହେରା , ନିରଞ୍ଜନ ପଟ୍ଟନାୟକ , ଗୋପାଳପୁରର କୈଳାଶ ଚନ୍ଦ୍ର ରେଡି , କରାପଲ୍ଲୀର ଏସ୍ ଚନ୍ଦ୍ର ରେଡି , କୁକୁଡାଖଣ୍ଡିର ଇ ସତ୍ୟ ଦୋରା .ରଘୁନାଥପୁରର ଅଞ୍ଜନ ମହାରଣା , ଝାଡଆଙ୍କୁଲିର ବାବୁ ସେଠୀ ,ବିଜିପୁରର ଅଶୋକ କୁମାର ସେଠୀ ବୋଲି ଜଣାପଡିଛି । ପୋଲିସ ଘଟଣା ସ୍ଥଳରୁ ୬ ଟି ମୋଟର ସାଇକେଲ ସମେତ ୧୪ ଗୋଟି ମୋବାଇଲ ଫୋନ ସମେତ ବହୁ ଟଙ୍କା ଜବତ କରିବା ସହ ତାସ ଜବତ କରିଥିବା ଜଣାପଡିଛି । ପୁରୁଷୋତ୍ତମପୁର ପୋଲିସ କେସ ନଂ ୧୮୫/୧୯ ମାମଲା ରୁଜୁ କରିଛି ।