ସୁରକ୍ଷା ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ସ୍ଥାନୀୟ ଲୁମ୍ବିନୀ ବିହାରସ୍ଥିତ ପ୍ରୋଜେକ୍ଟ ୱାଟର ପରିସରରେ ରାଜଧାନୀର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସୁରକ୍ଷା’ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ଆଜି ପୂର୍ବାହ୍ନ ୯ ଘଟିକା ସମୟରେ କୋଭିଡ୍‌-୧୯ କଟକଣାକୁ ପାଳନ କରି ଅନୁଷ୍ଠିତ ହୋଇଯାଇଛି । ସୁରକ୍ଷାର ସଭାନେତ୍ରୀ ବନ୍ଦନା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ସଦ୍ୟ ପ୍ରକାଶିତ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇ ଆମ ଚନ୍ଦ୍ରଶେଖରପୁର ଅଞ୍ଚଳକୁ ଗୌରବାନ୍ୱିତ କରିଥିବା କୁମାର ବିଶ୍ୱରଞ୍ଜନ ଯୋଗ ଦେଇଥିଲେ । ବନ୍ଦନା ପଣ୍ଡା କୁମାର ବିଶ୍ୱରଞ୍ଜନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ସୁଧାଂଶୁ ମହାପାତ୍ର ଓ ପରିଚାଳନା ନିର୍ଦ୍ଦେଶିକା ମିଲି ରଣା କୁମାର ବିଶ୍ୱରଞ୍ଜନଙ୍କର ‘ମା’  ମିନତୀ ଭୋଳ ‘ବାପା’ ବେଣୁଧର ଭୋଳଙ୍କୁ ଆଜିର ଏହି ପବିତ୍ର ଦିବସରେ ସମ୍ବର୍ଦ୍ଧିତ କରି ମାନପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ‘ସୁରକ୍ଷା’ର ସମ୍ପାଦକ କେଶବ ରଣା ପରିଚାଳନା କରିଥିଲେ । ସମାଜସେବୀ ନିବେଦିତା ଲେଙ୍କା, ଦେବ ଚୌଧୁରୀ, ‘ସୁରକ୍ଷା’ର ବରିଷ୍ଠ କାର୍ଯ୍ୟକର୍ତ୍ତା ପଦ୍ମଲୋଚନ ସାହୁ, କୈଳାଶ ଜେନା, ପ୍ରଦୀପ କୁମାର ଦ୍ୱିବେଦୀ, ରାଜେନ୍ଦ୍ର ମଲ୍ଲିକ, ବିଚିତ୍ର ନନ୍ଦ ରାଉତରାଏ, ସୁକାନ୍ତ ଗିରି, ଲୋଚନ କୁମାର ପ୍ରତାପ ସିଂହ ଓ ଅମୀୟ ରାଉତରାଏ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ । ଶେଷରେ ଅତିଥିମାନେ ଜଳପ୍ରକଳ୍ପ ପରିସରରେ ବୃକ୍ଷରୋପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ