ଓଡ଼ିଶା ଓ ପୂର୍ବ ଭାରତର ବିକାଶ ସ୍ୱପ୍ନକୁ ସାକାର କରୁଛି : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନ ଓଡ଼ିଶା ଓ ପୂର୍ବ ଭାରତର ବିକାଶ ସ୍ୱପ୍ନକୁ ସାକାର କରୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବ ଭାରତରେ ଅପାର ସମ୍ଭାବନା ରହିଛି । ପୂର୍ବ ଭାରତ ଏବଂ ଉତ୍ତର ପୂର୍ବ ଅଞ୍ଚଳର ଅଭିବୃଦ୍ଧି ଏବଂ ବିକାଶ ନହେଲେ ସମଗ୍ର ଭାରତର ସନ୍ତୁଳିତ ବିକାଶ ଅସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି । ତିନି ବର୍ଷ ପୂର୍ବେ ଅଗଷ୍ଟ ୧୫ ତଥା ସ୍ୱାଧୀନତା ଦିବସରେ ଐତିହାସିକ ଲାଲକିଲ୍ଲା ଠାରୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମିଶନ ପୂର୍ବୋଦୟ’ ନିରନ୍ତର ନୀତି ସଂସ୍କାର, ଭିତ୍ତିଭୂମି ବିକାଶ ଏବଂ ଉତ୍ତମ ସଂଯୋଗ ସ୍ଥାପନା ମାଧ୍ୟମରେ ଭାରତର ପୂର୍ବ ଏବଂ ଉତ୍ତର-ପୂର୍ବାଞ୍ଚଳକୁ ଜାତୀୟ ଅର୍ଥନୀତି ଅଭିବୃଦ୍ଧିର ପ୍ରମୁଖ ନେତୃତ୍ୱ ଭାବେ ଉଭା ହେବାକୁ ପ୍ରସ୍ତୁତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଓ ପୂର୍ବ ଭାରତର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ଓଡ଼ିଶାରେ ବିଗତ ୫ ବର୍ଷରେ ସିଜିଡ଼ି ନେଟୱାର୍କର ସଂପ୍ରସାରଣ, ଗ୍ୟାସ୍ ପାଇପଲାଇନ, ପେଟ୍ରୋକେମିକାଲ, ବିଶୋଧନାଗାର ତଥା ପେଟ୍ରୋଲିୟମ କ୍ଷେତ୍ରରେ ୪୧ ହଜାର କୋଟିର ପୁଞ୍ଜିନିବେଶ ଏହାର ପ୍ରମାଣ । ଘରୋଇ ଇସ୍ପାତ୍ କ୍ଷେତ୍ରର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ଏବଂ ‘ମିଶନ ପୂର୍ବୋଦୟ’ରେ ଓଡ଼ିଶାକୁ ଇସ୍ପାତ କ୍ଷେତ୍ରର ପେଙଋସ୍ଥଳୀ କରିବା ପାଇଁ ପ୍ରସ୍ତାବ ରହିଛି । ଏହା ଦ୍ୱାରା ଦେଶରେ ୩୦୦ ଏମଟି ଇସ୍ପାତ୍ ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଓଡିଶାରୁ ୧୦୦ ଏମଟି ଇସ୍ପାତ୍ ଉତ୍ପାଦନ ହେବାର ସମ୍ଭାବନା ରହିଛି ।ସେ କହିଛନ୍ତି ରାଜ୍ୟରେ ମେକ୍ ଇନ୍ ଇଣ୍ଡିଆ ଦ୍ୱାରା କଳ୍ପନା କରାଯାଇଥିବା ଷ୍ଟିଲ୍ ହବ୍ ପାଇଁ ୫ ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ପୁଞ୍ଜିନିବେଶ ଏବଂ ଭୋକାଲ୍ ପାଇଁ ଲୋକାଲ୍ ଅର୍ଥନୈତିକ ସୁଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବ ଓ ସ୍ଥାନୀୟ ଅଞ୍ଚଳରେ ୨୫ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ । ଏହାସହ ଓଡ଼ିଶାର ବିକାଶକୁ ଆଗେଇ ନେବା ସହ ଆତ୍ମନିର୍ଭର ଭାରତ ନିର୍ମାଣରେ ସହାୟକ ହେବ । ଦୀର୍ଘ ବର୍ଷ ଧରି ପୂର୍ବ ଏବଂ ଉତ୍ତର-ପୂର୍ବ ରାଜ୍ୟ ରାଜନୈତିକ କାରଣରୁ ଅବହେଳିତ ହୋଇଥିଲା । ମାତ୍ର ଆଜି ଏହି ଅଞ୍ଚଳର ବିକାଶ ସ୍ୱପ୍ନକୁ ‘ପୂର୍ବୋଦୟ’ ପୂରଣ କରିବା ସହ ଏଥି ।ଇଁ ଆଗେଇ ଆସିଛି । ନିରନ୍ତର ଉଦ୍ୟମ ବଳରେ ପୂର୍ବ ଭାରତ ଉର୍ଜାର ପ୍ରବେଶ ଦ୍ୱାର ହେବା ପାଇଁ ଉଭା ହୋଇଛି । ବନ୍ଦର ଆଧାରିତ ବିକାଶ, ପେଟ୍ରୋକେମିକାଲ ଏବଂ ଅନ୍ୟାନ୍ୟ ଡ଼ାଉନଷ୍ଟ୍ରିମ୍ ଶିଳ୍ପରେ ଅଧିକ ପୁଞ୍ଜିନିବେଶ ଦ୍ୱାରା ଓଡ଼ିଶା ଆଗାମୀ ଦିନରେ ସମଗ୍ର ଭାରତରେ ଇସ୍ପାତ୍ ଶିଳ୍ପର କେନ୍ଦ୍ରବିନ୍ଦୁ ହେବ ବୋଲି ପ୍ରଧାନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ