ଓଡିଶା ରକ୍ତଦାତା ମହାସଂଘ ପକ୍ଷରୁ “ଆମ ଆହାର ଯୋଜନା” ଆରମ୍ଭ

ବୁଗୁଡା, (ଅନିଲ କୁମାର ମହାରଣା):ଓଡିଶା ରକ୍ତଦାତା ମହାସଂଘ ପକ୍ଷରୁ ସ୍ୱାଧୀନତା ଦିବସ ଅବସରରେ ” ଆମ ଆହାର ଯୋଜନା ” ନୂତନ ଭାବେ ଶୁଭାରମ୍ଭ କରାଯାଇଛି। ଓଡ଼ିଶା ରକ୍ତଦାତା ମହାସଂଘ ପକ୍ଷରୁ ବିଭିନ୍ନ ହସପିଟାଲର ରୋଗୀଙ୍କ ଆବଶ୍ୟକ ଅନୁଯାୟୀ ରକ୍ତ ଦାନକରି ଏକ ମହତ କାର୍ଯ୍ୟ କରୁଥିବା ବେଳେ ୨୦୨୦ ସ୍ୱାଧୀନତା ଦିବସ ଠାରୁ “ଆମ ଆହାର ଯୋଜନା” ହାତକୁ ନେଇଛି। ପୁରୀ ଜିଲ୍ଲା ନିମାପଡାରେ ପ୍ରତିଷ୍ଠିତ ପତିତପାବନ ସେବାଶ୍ରମରେ ରହୁଥିବା ନିଃସହାୟ ବୃଦ୍ଧା, ବୃଦ୍ଧ ଓ ଶିଶୁମାନଙ୍କୁ ଆହାର ଯୋଗାଇ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ଏହି ଯୋଜନାର ସଫଳତା ପାଇଁ ଓଡିଶା ରକ୍ତଦାତା ମହାସଂଘ ପରିବାର ପକ୍ଷରୁ ମାନସ ମିଶ୍ର, ଜଗତ କୁମାର ସାବତ,ଅକ୍ଷୟ ରାଉତ, ରାଜେଶ ନାୟକ, ସମରେନ୍ଦ୍ର ଜେନା, ଦିଲ୍ଲୀପ କୁମାର ବରାଡ଼, ଅରୁଣ କୁମାର ରାଉତ, ଅମର ସାମନ୍ତରାୟ, ନାରାୟଣ ବେହେରା, ଜଗନ୍ନାଥ ବେହେରା, ନଳିନୀ ସାହୁ , ଅଂଶୁମାନ ଜେନା, ସନ୍ତୋଷ କୁମାର ମହାନ୍ତି ପ୍ରମୁଖ କାର୍ଯ୍ୟ କରିଥିଲେ। ସାରା ଓଡ଼ିଶାରେ ପ୍ରତି ସପ୍ତାହର ଶେଷ ଦିନରେ ଏହିପରି ଅନ୍ତେବାସୀ ମାନଙ୍କୁ ଅନ୍ନଦାନ କାର୍ଯ୍ୟକ୍ରମ କରାଯିବ ବୋଲି ଓଡ଼ିଶା ରକ୍ତଦାତା ମହାସଂଘ ପକ୍ଷରୁ ଅକ୍ଷୟ ରାଉତ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ