ସାନଖେମୁଣ୍ଡି ରେ ପାଳନ ହେଲା ୭୪ ତମ ସ୍ୱାଧୀନତା ଦିବସ

ସାନଖେମୁଣ୍ଡି ,(ପଦ୍ମ ଲୋଚନ ପାଣିଗ୍ରାହୀ ): ସାନଖେମୁଣ୍ଡି ବ୍ଲକ ବର ସଦର ମହକୁମା ଠାରେ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ଗୁଡିକରେ ୭୪ ତମ ସ୍ୱାଧୀନତା ଦିବସ ନୀଡାମ୍ବର ସହ ପାଳନ କରାଯାଇଥିଲା | ବ୍ଲକ ପରିସର ମଧ୍ୟରେ ବ୍ଲକ ଅଦକ୍ଷ ସଙ୍ଗୀତା ବେହେରା ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସାନଖେମୁଣ୍ଡି ବି.ଡି.ଓ ଗାୟତ୍ରୀ ଦତ୍ତ ନାୟକ ସ୍ୱାଧୀନତା ଦିବସର ତାତ୍ପର୍ଯ୍ୟ ଏବଂ ମହାମାରୀଙ୍କୁ ନେଇ ସଚେତନତା ବାର୍ତ୍ତା ଦେଇଥିଲେ | ସରକାରଙ୍କର ନିୟମ ଅନୁସାରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରି ସାବଧାନତା ସହ ସେଠାର ସବୁ କର୍ମଚାରି ମାନେ ସ୍ୱାଧୀନତା ଦିବସ ପାଳନ କରିଥିଲେ | ଜିଲ୍ଲା ପ୍ରଶାସନ ନିୟମାନୁସାରେ କୋରନା ସହ ଲଢେଇ କରି ପୁଣି ଥରେ ନିଜର କାର୍ଯ୍ୟରେ ଯୋଗ ଦେଇଥିବାରୁ ସେହି କୋରନା ଯୋଦ୍ଧା ମାନଙ୍କୁ ଅଶେଷ ଧନ୍ୟବାଦ ଦିଆଯାଇଥିଲା | ଓ ତାସହ ସେହି ବ୍ଲକ ର ସଙ୍ଗୀତା ବେହେରା କୋରନା ଯୋଦ୍ଧା ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ | ସାନଖେମୁଣ୍ଡି ନୟାଳୟ ପରିସର ମଧ୍ୟରେ ନ୍ୟାୟଧୀଶ ବିଷ୍ଣୁପ୍ରସାଦ ଦେବତ ପତାକା ଉତ୍ତୋଳନ କରିଥିଲେ , ସେହିପରି ସାନଖେମୁଣ୍ଡି ତହସିଲ ର ତହସିଲଦାର ଅମିତ କୁମାର ନାୟକ ଆଡପଡା ଡଃ ବାହାନ ଦାସ ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ ବିଶ୍ୱରାୟ ମହାବିଧ୍ୟାଳୟର ଅଧକ୍ଷ ଡଃ ପ୍ରଦୀପ କୁମାର ବ୍ରହ୍ମା, ପୁଡ଼ୁଆମାରି ଗ୍ରାମ ପଞ୍ଚାୟତ ର ସରପଞ୍ଚ ଭାଗ୍ୟଶ୍ରୀ ବିଶୋଇ ପତାକା ଉତ୍ତୋଳନ କରିଥିଲେ | ସେହିପରି ଆଡପଡା ସରପଞ୍ଚ ନୀଳ ମାଧବ ରାଉତ ପାଟପୁରୁ ପଞ୍ଚାୟତରେ ଟି .ବାବୁ ସୁବୁଦ୍ଧି,ଏରେଣ୍ଡ୍ର , ସରପଞ୍ଚ ଶ୍ରୀମତୀ ଜୟନ୍ତୀ ପ୍ରଧାନ ନିଜ ନିଜ ପଞ୍ଚାୟତରେ ସ୍ୱାଧୀନତା ଦିବସ ପାଳନ କରିଥିବାର ଦେଖିବାକୁ ମିଳିଛି , ସେହି ପରି ରାଧାଦେଇପୁର ରିତାଞ୍ଜଳୀ ବାରିକ ଏବଂ ଉସ୍ତା ଜଗନ୍ନାଥ ପୁରରେ ଓସ୍କାର୍ଡ ବ୍ୟାଙ୍କ ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁ ସ୍ୱାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ