ସଡକ ସୁରକ୍ଷା ଓ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍) : ଜିଲ୍ଲାବାସୀଙ୍କ ଧନ ଜୀବନ ସୁରକ୍ଷା ନିମନ୍ତେ ଗଂଜାମ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ କାର୍ଯ୍ୟକରି ଆସୁଛନ୍ତି ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କରାଯାଇ ସଡକ ସୁରକ୍ଷା ଜୀବନ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ଏହାସହ ଜିଲ୍ଲା ସଡକ ସୁରକ୍ଷା ନିରାପତ୍ତା କମିଟିର ନୀୟମିତ କରାଯାଇ କେତେ ଗୁଡିଏ ନୀୟମ ମଧ୍ୟ ପ୍ରଣୟନ କରାଯାଇଛି । ଏହା ସତ୍ତେ୍ୱ ଜିଲ୍ଲାରେ ସଡକ ଦୁର୍ଘଟଣା କମ୍ ହେଉନି । ପୁଲିସ ପ୍ରଶାସନ ପକ୍ଷରୁ ନୀୟମିତ ଜିଲ୍ଲା ସ୍ତରୀୟ ଓ ଉପଖଣ୍ଡସ୍ତରୀୟ ଅପରାଧ ସମୀକ୍ଷା ବୈଠକ ଆଲୋଚନା କରାଯାଉଛି । ଏହାକୁ ଜିଲ୍ଲାର ସମସ୍ତ ପିଲିସ ଥାନା ଅଧିକାରୀ ମାନେ କଡାକଡି ପାଳନ କରି ଟ୍ରାଫିକ ସଚେତନ କରୁଛନ୍ତି ଏବଂ ଲୋକମାନଙ୍କୁ ହେଟମେଟ୍ ପିନ୍ଧି ଗାଡି ଚଳାଇବାକୁ କହୁଛନ୍ତି । ହେଲେ ବି ଏହାର ସୁଧାର ଆସୁନାହିଁ । କାରଣରେ ଜିଲ୍ଲାରେ ଗାଡି ଚଳାଚଳ ଯୁବ ପିଢି ମାନେ ବହୁ ସଂଖାରେ ଚଳାଉଛନ୍ତି । ଯୁବ ପିଢିମାନେ ସଚେତନତା ହେଲେ ଏହା ରୋକା ଯାଇପାରିବ ବୋଲି ଏକ ପ୍ରୟାସ ଆରମ୍ଭ ହୋଇଛି । ଏନେଇ ଆଜି ଗଂଜାମ ପୁଲିସ ଜିଲ୍ଲା ଅନ୍ତର୍ଗତ ତଥା ଜିଲ୍ଲାର ସଦରମହକୁମା ଛତ୍ରପୁର ଥାନା ପକ୍ଷରୁ ଛତ୍ରପୁର ଆଖପାଖ ଅଂଚଳର ସମସ୍ତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ନେଇ ଏକ ସଡକ ସୁରକ୍ଷା ଓ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଛତ୍ରପୁର ପୁଲିସ ଉପଖଣ୍ଡଅଧିକାରୀ ଉକ୍ରଳ କେଶରୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଂଜାମ ଏସପି ବ୍ରିଜେଶ କୁମାର ରାଏ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ସଡକ ସୁରକ୍ଷା ଓ ଟ୍ରାଫିକ ସଚେତନତା ଉପରେ ବିଭିନ୍ନ ନୀୟମ ଗୁଡିକ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଆଜିର ଯୁବ ପିଢି ଆସନ୍ତାକଲି ନାଗରୀକ । ତେଣୁ ଆପଣମାନେ ଏହି ଟ୍ରାଫିକ ନୀୟମ ଉପରେ ସଚେତନତା ହେଲେ ସଡକ ଦୁର୍ଘଟଣା ବହୁ ମାତ୍ର କମିଯାଇପାରିବ ବୋଲି ଏସପି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଗଂଜାମ ଆରଟିଓ ସଂଜୟ କୁମାର ବିଶ୍ୱାଳ, ବରିଷ୍ଠ ନାଗରିକ କୃପାସିନ୍ଧୁ ପଣ୍ଡା, ପଣ୍ଡିତ ନୀଳକଣ୍ଠ ଏକାଡେମୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର କୁମାର ଦାଶ, ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ନିକୁଞ୍ଜ ବିହରୀ ଦାଶ ଓ ଛତ୍ରପୁର ଓକିଲ ସଂଘର ସଭାପତି କେ.ଶିବରାମ ରେଡ୍ଡୀ ପ୍ରମୁଖ ଯୋଗଦେଇ ସଡକ ସୁରକ୍ଷା ଓ ଟ୍ରାଫିକ୍ ସଚେତନତା ଉପରେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ବିଶେଷ କରି ଗାଡି ଚଳାଇବା ସମୟରେ ହେଲମେଟ୍ ବ୍ୟବହାର କରିବା, ମଦ୍ୟପାନ କରି ଗାଡି ଚଳାଇବା ନାହିଁ, ଦ୍ରୁତ ଗତିରେ ଗାଡି ଚଳାଇବା ନାହିଁ, ବାଇକ୍ ରେ ଦୁଇ ରୁ ଅଧିକ ଲୋକଙ୍କୁ ବସାଇବା ନାହିଁ, ଗାଡି ଚଳାଇବା ସମୟରେ ସିଟ୍ ବେଲ୍ଟ ବ୍ୟବହାର କରିବା, ଦୁର୍ଘଟଣା ପିଡିତାଙ୍କୁ ତୁରନ୍ତ ସହଯୋଗ କରି ଚିକିତ୍ସାଳୟରେ ଭର୍ତ୍ତି କରିବା । ରାଜ୍ୟ ସରକାରଙ୍କ ତରଫରୁ ସୋଲାସିୟମ୍ ସ୍କିମ ହିଟ୍ ଏବଂ ରନ୍ ମୋଟର ଯାନ ଦୁର୍ଘଟଣା ମାମଲା ସହାୟତା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମ କୁ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ ପରିଚାଳନା କରିଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।