୩୦ବର୍ଷ ହେଲା ସାପ ବିଷକୁ ଇଞ୍ଜେକସନ୍ ମାଧ୍ୟମରେ ଶରୀରକୁ ପ୍ରବେଶ କରାଉଛନ୍ତି

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସମ୍ପୂର୍ଣ୍ଣ ସତ । ରକ୍ ସିଙ୍ଗର୍ ଷ୍ଟିଭ୍ ଲୁଡ୍ୱିନ୍ ବିଷାକ୍ତ ସାପ ବିଷକୁ ଶରୀରରେ ପ୍ରବେଶ କରାଇ ମଧ୍ୟ ଜୀବିତ ଅଛନ୍ତି । ଆଜକୁ ୩୦ବର୍ଷ ହେବ ସେ ଏହି କାର୍ଯ୍ୟରେ ଲିପ୍ତ । କିନ୍ତୁ ଆଶ୍ଚର୍ଯ୍ୟ, ତାଙ୍କ ସ୍ୱାସ୍ଥ୍ୟରେ କୌଣସି ପ୍ରକାର ଅସୁବିଧା ପରିଲକ୍ଷିତ ହେଉନାହିଁ । ପିଲାଦିନେ ସେ ଶୁଣିବାକୁ ପାଇଥିଲେ ଶରୀରରେ ସାପ ବିଷ ଇଞ୍ଜେକସନ୍ ମାଧ୍ୟମରେ ଦେବା ଦ୍ୱାରା ଫାଇଦା ମିଳିଥାଏ । ମାତ୍ର ୧୭ ବର୍ଷ ବୟସରେ ସେ ଏହି ଯନ୍ତ୍ରଣାଦାୟକ ପ୍ରକ୍ରିୟାକୁ ନିଜ ଉପରେ ପରୀକ୍ଷଣ କଲେ । ପ୍ରଥମେ ଶରୀର ଉପରେ ବୁନ୍ଦାଏ ବିଷକୁ ରଖି ତାକୁ ଇଞ୍ଜେକସନ୍ ମାଧ୍ୟମରେ ଶରୀରକୁ ପ୍ରବେଶ କରାଇଥାନ୍ତି । ଏହା ଏତେ ବିଷାକ୍ତ ଯେ, ଶରୀରରେ ପ୍ରବେଶ କରିବା ମାତ୍ରେ ଲାଲ ରକ୍ତକଣିକାକୁ ନଷ୍ଟ କରିଦିଏ । ଏମିତିକି ରକ୍ତ ସଞ୍ଚାଳନ ବନ୍ଦ ହୋଇ କେଇ ମିନିଟ୍ ମଧ୍ୟରେ ଅଙ୍ଗପ୍ରତ୍ୟଙ୍ଗ କାମ କରିବା ବନ୍ଦ କରିଦିଏ ଏବଂ ମଣିଷ ମୃତ୍ୟୁମୁଖକୁ ଚାଲିଯାଏ । କିନ୍ତୁ ଷ୍ଟିଭ୍ଙ୍କଠାରେ ସେମିତି କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ । ଡାକ୍ତରମାନେ ବି ଷ୍ଟିଭ୍ଙ୍କ କୌଶଳକୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ