ୟୁରିଆ ପାଇଁ ଚାଷୀ ହନ୍ତ ସନ୍ତ

ଶେରଗଡ଼, (ବିଭୁ ପ୍ରସାଦ ଦାଶ): ସାର ପାଇଁ ହନ୍ତ ସନ୍ତ ହେଉଛନ୍ତି ଚାଷୀ ଏଭଳି ସମସ୍ୟା ଦେଖା ଦେଇଛି ଶେରଗଡ଼ ବ୍ଲକ ରେ କେଉଁ ପଞ୍ଚାୟତ କୁ ୩ ଗାଡ଼ି ପିଢ଼ିଆ ତ ଆଉ କେଉଁ ପଞ୍ଚାୟତ ୪ ଗାଡ଼ି ପିଢ଼ିଆ ଆସିଥିବା ବେଳେ ନରେନ୍ଦ୍ରପୁର ଗ୍ରାମ ର ସୋସାଇଟି କୁ ମାତ୍ର ୨ ଗାଡ଼ି ପିଢ଼ିଆ ଆସିଥିବା କୁହା ଯାଇଛି ଏହା ଫଳ ରେ ଚାଷୀ ମାନଙ୍କ ମଧ୍ୟ ରେ ଅସନ୍ତୋଷ ବ୍ୟକ୍ତ ଦେଖା ଯାଇଛି । ସୋସାଇଟି ଅଫିସ ର କହିଛନ୍ତି ଯେ ପିଢ଼ିଆ ଅଭାବୀ ଦେଖା ଦେଇଛି ତେଣୁ ଆସୁନାହିଁ । ଚାଷୀ ମାନେ ବାଧ୍ୟ ହୋଇ ବାହାର ଦୋକାନ ରୁ କିଏ ବସ୍ତା ପିଛା ୪୦୦ ଟଙ୍କା ତ ଆଉ କିଏ ୪୫୦ ଟଙ୍କା ଦେଇ ୟୁରିଆ ସାର(ପିଢିଆ)କିଣିଛନ୍ତି । ଦୋକାନୀ ମାନେ କଳା ବଜାରୀ କରି ମନ ଇଚ୍ଛା ଗରିବ ଚାଷୀ ମାନଙ୍କୁ ଲୁଟୁଥିବା ଦେଖିବାକୁ ମିଳିଛି । ଏହି ଭଳି ପରିସ୍ଥିତିରେ ରେ ଚାଷ କଯ୍ୟ ରେ ବ୍ୟବହାର କରା ଯାଉଥିବା ୟୁରିଆ ସାର(ପିଢ଼ିଆ) ଅତ୍ୟଧିକ ଚଢ଼ା ଦର ରେ ବିକ୍ରି କରୁଛନ୍ତି ଦୋକାନୀ ମାନେ । କରୋନା ଦାଉ ସାଜୁଥିବା ବେଳେ ଏବେ ଚାଷ କାର‌୍ୟ୍ୟ ଦାଉ ସାଜୁଛି । ଚାଷୀ ମାନେ ବାଧ୍ୟ ହୋଇ ସାର କିଣୁଛନ୍ତି । କିନ୍ତୁ ସ୍ଥାନୀୟ ପ୍ରଶାସନ ର ଦୃଷ୍ଟି ପଡୁନଥିବା ଦେଖିବାକୁ ମିଳୁଛି ଚାଷୀ ମାନେ ବ୍ଲକ ପ୍ରଶାସନ କୁ ଅନୁରୋଧ କରିଛନ୍ତି ଯେ ନିରୀହ ଚାଷୀ ମାନଙ୍କ ଦୁଃଖ ବୁଝାନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ