ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ୧୦୮ପାଇଁ ଚାଲି ଗଲା ପୁଣି ଏକ ନିରୀହ ଜୀବନ

ଶେରଗଡ଼, (ବିଭୁ ପ୍ରସାଦ ଦାଶ):ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ପଞ୍ଚାୟତ ପୁନାନ୍ଦ ଛକ କଂସାରି ନାଳ ନିକଟରେ ଗତ କାଲି ରାତ୍ର ସମୟରେ ଏକ ଅଭାବନିୟ ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଏକ ମୋଟର ସାଇକେଲ ଏକ ପଥ ଚାରି କୁ ଧକ୍କା ଦେବା ଫଳରେ ଦୀର୍ଘ ସମୟ ଧରି ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ିରହି ରହି ଥିଲେ |୧୦୮ ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ଶେଷରେ ମୃତ୍ୟୁ ମୁଖକୁ ଚାଲିଯାଇଛନ୍ତି ,ମୃତ ବ୍ୟକ୍ତି ଜଣକ ହେଲେ ପୁନାନ୍ଦ ଗ୍ରାମର ମନୋଜ ନାୟକ (୪୩) ପିତା ଲିଙ୍ଗରାଜ ନାୟକ ବୋଲି ଜଣା ପଡିଛି । ସୂଚନା ଅନୁସାରେ ମନୋଜ ନାୟକ ବିଳମ୍ବିତ ରାତ୍ରି ସମୟରେ ରାସ୍ତାରେ ଚାଲି ଚାଲି ନିଜ ବାସ ଗୃହକୁ ଫେରୁଥିଲେ । ଅପର ଦିଗରୁ ଏକ ମୋଟର ସାଇକେଲ ଦ୍ରୁତ ଗତିରେ ଆସି ମନୋଜ ନାୟକଙ୍କୁ ଧକ୍କା ଦେଇଥିଲା ଘଟଣା ସ୍ଥଳରେ ବାଇକ ଆରୋହୀ ଏବଂ ମନୋଜ ନାୟକ ଆହତ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା ଉପରେ ପଡ଼ିରହିଥିଲେ । ଗ୍ରାମବାସୀ କାଳବିଲମ୍ବ ନକରି ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । ଦୀର୍ଘ ଦେଢଘଣ୍ଟା ରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ମଧ୍ୟ ୧୦୮ ଆମ୍ବୁଲାନ୍ସ ର ଦେଖା ମିଳିନଥିଲା । ଫଳରେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡ଼ିରହିଥିବା ମନୋଜ ନାୟକ ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । କିଛି ସମୟ ପରେ ୧୦୮ ଆମ୍ବୁଲାନ୍ସ ଆସିଥିଲା କିନ୍ତୁ ଉତ୍ୟକ୍ତ ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ କୁ ଛାଡ଼ିନଥିଲେ ଏବଂ ରାସ୍ତା ରୋକ୍ କରିଥିଲେ । ଘଟଣା ସ୍ଥଳରେ ତହସିଲଦାର ଡ଼.ଦୟାସିନ୍ଧୁ ପରିଡା,ବିଡ଼ିଓ ସୃରଞ୍ଜନ କୁମାର ସାହୁ ଏବଂ ସ୍ଥାନୀୟ ପୋଲିସ  ପହଁଞ୍ଚି ଉତ୍ୟକ୍ତ ଲୋକ ମାନଙ୍କୁ ବୁଝାସୁଝା କରିଥିଲେ । ଶେଷରେ ବାଇକ ଚାଳକକୁ ପୋଲିସ ରେ ଜିମା ଦେଇ ବିଡ଼ିଓ ଏବଂ ତହସିଲଦାର ଙ୍କ ଉପସ୍ଥିତିରେ ରେଡ଼କ୍ରସ ପାଣ୍ଠିରୁ ମୃତ ବ୍ୟକ୍ତିର ପରିବାରକୁ ୧୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ପ୍ରଶାସନ ତରଫରୁ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ଯୋଗାଇଦେବାପାଇଁ ପ୍ରତିସ୍ମୃତି ପରେ ରାସ୍ତା ରୋକ୍ ହଟିଥିବା ଏବଂ ୧୦୮ ଆମ୍ବୁଲାନ୍ସ କୁ ଛଡାଯାଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀରେ ସ୍ୱାସ୍ଥ୍ୟ କର୍ମୀ ଏବଂ ୧୦୮ କର୍ମଚାରୀ ଙ୍କ ମନମୁଖୀ କାର୍ଯ୍ୟ କଳାପ କୁ ନିନ୍ଦା କରିବା ସହ ଲୋକ ମାନଙ୍କ ବିଶ୍ୱାସ ଉପରେ ପ୍ରଶ୍ନ ବାଚି଼ ସୃଷ୍ଟି କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ