ନେତା ସମେତ ୬ ଜଣ ଗିରଫ

ବୁଗୁଡା ,(ଅନିଲ କୁମାର ମହାରଣା): ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମରେ ଗୁଳିକାଣ୍ଡ ଘଟି ହୋଇଥିବା ଗଣ୍ଡଗୋଳ ନେଇ ପୋଲିସ ପୂର୍ବରୁ ୧୦ ଜଣଙ୍କୁ ଗିରଫ କରିଥିବା ବେଳେ ପୁଣି ଦୁଇ ଦଳର ନେତାଙ୍କ ସମେତ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ଜାମିନ ଆବେଦନ ଖାରଜ ହେବା ଯୋଗୁଁ ଭଞ୍ଜନଗର ଉପକାରାଗାରକୁ ପଠାଯାଇଥିବା ଜଣାପଡିଛି। ଗୋଲିଆରେ ପୂର୍ବରୁ ଦୁଇଟି ଗଣ୍ଡଗୋଳ ସହ ଅଗଷ୍ଟ ୧୪ ତାରିଖରେ ଗୁଳିକାଣ୍ଡ ଘଟି ଉଗ୍ର ରୂପ ନେଇ ଦୁଇଜଣ ଆହତ ହୋଇ କଟକ ଓ ବ୍ରହ୍ମପୁରରେ ଚିକିତ୍ସା ହେଉଛନ୍ତି। ଏହି ଘଟଣା ନେଇ ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ବୃନ୍ଦ ଅଗଷ୍ଟ ୧୬ ତାରିଖରେ ଗୋଲିଆ ଗ୍ରାମରେ ଫ୍ଲାଗ ମାର୍ଚ୍ଚ ପରେ ଏକ ନିର୍ଣ୍ଣାୟକ ମୋଡ଼ ନେବ ବୋଲି ଅନୁମାନ କରାଯାଉଥିଲା। ଅଗଷ୍ଟ ୧୭ ତାରିଖରେ ପୋଲସ ୧୦ ଜଣଙ୍କୁ ଗିରଫ କରିଥିବା ବେଳେ ଗତକାଲି ଭଞ୍ଜନଗର ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନେତୃତ୍ବରେ, ମୂଳୁ ମାରିଲେ ଯିବ ସରି ନୀତିରେ ଦୁଇଦଳର ନେତା ସୁଶାନ୍ତ କୁମାର ପ୍ରଧାନ ଓ ମାନସ କୁମାର ପ୍ରଧାନ ଙ୍କ ସମେତ ଉଭୟ ଗୋଷ୍ଠୀର ଗଣେଶ ମହାପାତ୍ର, ବଳରାମ ରାଉତ, ରାଜେନ୍ଦ୍ର ରାଉତ ଓ କାଳୁ ଚରଣ ରାଉତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ୬ ଜଣଙ୍କୁ ଜାମିନ ନମିଳିବା ଯୋଗୁଁ ଜେଲକୁ ପଠାଇ ଦିଆଯାଇଛି। ଗୋଲିଆ ଗଣ୍ଡଗୋଳ ଘଟଣାରେ ମୋଟ ୧୬ ଜଣ ଗିରଫ ହୋଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ