ଜିଲ୍ଲା ବିଜେଡି ପକ୍ଷରୁ ଜୀବନ ବିନ୍ଦୁ ଓ ଚାରା ବଣ୍ଟନ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ଗଞ୍ଜାମ ଜିଲ୍ଲା ବିଜେଡି ପକ୍ଷରୁ ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ଅଶୋକ ନଗର ପଡିଆ ସାହି ଠାରେ ଚାରା ବଣ୍ଟନ କରାଯାଇଛି । ସୁବାଷ ମହାରଣାଙ୍କ ନେତୃତ୍ୱରେ ବ୍ରହ୍ମପୁରସ୍ଥିତ ମହାନଗର ନିଗମର ୩୧ ନଂ ୱାର୍ଡର ସ୍ଥାନୀୟ ଅଞ୍ଚଳବାସୀଙ୍କୁ ୧ ହଜାର ଚାରା ଗଛ ବଣ୍ଟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା , ଗଞ୍ଜାମ ଜିଲ୍ଲା ବିଜେଡି   ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ , ଗଞ୍ଜାମ ଜିଲ୍ଲା ମୋ ପରିବାର ଓ ଜୀବନ ବିନ୍ଦୁ ଉତ୍ତର ଦାୟୀ ତଥା ପୁର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା , ଏ. ସନ୍ତୋଷ ପାତ୍ର ପ୍ରମୁଖ ଯୋଗ ଦେଇ ଚାରା ବଣ୍ଟନ କରିଥିଲେ । ଏହି ଅବସରରେ ଜିଲ୍ଲା ଯୁବ ବଜେଡି ସଭାପତି ଏନ. ଧନଞ୍ଜୟ ରାଓ , ମହାନଗର ସଭାପତି ବଜିୟ ସାମଲ , ମହାନଗର ଯୁବ ବିଜେଡି ସଭାପତି ମୁକୁନ୍ଦ ଗୌଡ ,ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ