ସବୁଜ ବାହିନୀ ଓ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ କୋବିଡ଼ ଯୋଦ୍ଧାଙ୍କୁ ସମ୍ମାନିତ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ବ୍ରହ୍ମପୁର ସବୁଜ ବାହିନୀ ଓ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ କୋବିଡ଼ ଯୋଦ୍ଧାଙ୍କୁ ଦିଆଯାଇଛି ସମ୍ମାନ। ମାର୍ଚ୍ଚ ମାସ ୧୫ ତାରିଖରୁ ଗଞ୍ଜାମ ତଥା ବ୍ରହ୍ମପୁରରେ ଲକଡାଉନ ଓ ସଟଡାଉନ ଚାଲୁ ରହିଛି। ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଓ ଲକ ଡାଉନ ନିୟମକୁ କଡାକଡ଼ି ପାଳନ କରାଇବାରେ ପୋଲିସ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଦିନରାତି ନିଜ ଘର ପରିବାର ଲୋକଙ୍କୁ ଛାଡି ଲୋକଙ୍କୁ କରୋନା ମୁହଁରୁ ବର୍ତ୍ତାଇବା ପାଇଁ ସେମାନଙ୍କ ଚେଷ୍ଟା ନିଶ୍ଚିତ ଭାବେ ଅବିଶ୍ୱସନୀୟ। ଏଭଳି ସଙ୍ଗୀନ ସ୍ଥିତିରେ ପୋଲିସ ବିଭାଗ ତରଫରୁ ରକ୍ତ ଦାନ ଶିବିର ଆୟୋଜନ ମଧ୍ୟ ପ୍ରଶଂସନୀୟ ।ସେହିଭଳି ଅଗ୍ନିଶମ ବିଭାଗ ପକ୍ଷରୁ ଔଷଧୀୟ ଜଳ ସିଞ୍ଚନ କରାଯିବା ସହ ଅଗ୍ନିକାଣ୍ଡ ଭଳି ଘଟଣାକୁ ବିନା ଦ୍ବିଧା କରି ଆସିଛନ୍ତି। ଏଣୁ ବ୍ରହ୍ମପୁର ଏସପି ପିନାକ ମିଶ୍ର, ଏସଡିପିଓ ବିଷ୍ଣୁ ପ୍ରସାଦ ପତି,ଟ୍ରାଫିକ ଡ଼ିଏସପି ସାର୍ଥକ ରାୟଙ୍କ ସମେତ କାର୍ଯ୍ୟରତ ସମସ୍ତ ୫ ଜଣ ଥାନାଧିକାରୀ ପ୍ରଶାନ୍ତ ଭୂପତି,ସୁରେଶ ତ୍ରିପାଠୀ,ଶାରଦା ପ୍ରଶନ୍ନ ଦାସ,ସୁମିତ ସୋରେନ୍,ସୁନିଲ କୁମାର ବେହେରା ଓ ଅଗ୍ନିଶମ ବିଭାଗ ଅଧିକାରୀ ସନାତନ ମହାପାତ୍ରଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ସାମାଜିକ ଦୂରତ୍ୱ, କୋବିଡ଼ ନିୟମ ଯେଭଳି ଭଙ୍ଗ ନ ହେବ ସେଥିପାଇଁ ପ୍ରତି ଥାନାକୁ ଯାଇ ଅଧିକାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା।ଏଥିରେ ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର ପାତ୍ର, ସମ୍ପାଦକ ବିଜେନ୍ଦ୍ର ମାଝୀ ,ପ୍ରଶନ୍ନ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ