ଟ୍ରକ୍ ଚାଳକ ଙ୍କୁ ମାଡ଼ ସହ ଡକାୟତି ର ଅଭିଯୋଗ
ଦିଗପହଣ୍ଡି – (ଓ୍ବାଇଏନ୍ଏସ୍): ନୂଆପଡ଼ା ରାସ୍ତାର ପତ୍ରଚୁଡି ଗ୍ରାମ ନିକଟରେ ୨ ଟି ବାଲି ବୋଝେଇ ଟ୍ରକ କୁ ଅଟକାଇବା ସହ ଚାଳକ ଙ୍କୁ ମାଡ଼ ମାରି ଡକାୟତି ମାମଲାରେ କେ.ନୂଆଗାଁ ଥାନା ପୋଲିସ ବୁଧବାର ଜଣେ ନାବାଳକ ଙ୍କ ସମେତ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି।ନାବାଳକ ଜଣକ ହେଲେ କେ. ନୂଆଗାଁ ଥାନା ବଡ଼ କେଳାଝରି ଗ୍ରାମର ରାଜା ଗୌଡ ଓ ଅନ୍ୟ ଅଭିଯୁକ୍ତ ଦ୍ବୟ ହେଲେ କେ.ନୂଆଗାଁ ଥାନା ବଡ଼କେଳାଝରି ଗ୍ରାମରେ ରହୁଥିବା କୁମରଡ଼ା ଗ୍ରାମର ଜିତୁ ଓରଫ ଜିତେନ୍ଦ୍ର ପ୍ରଧାନ ଏବଂ କଳିଙ୍ଗଦଳା ଗ୍ରାମର ଚିନ୍ମୟ ପ୍ରଧାନ।ଥାନା ମାମଲା ନଂ.୧୭୫/୨୦ ଦଫା -୩୯୫ ଆଇ ପି ସି , ବିସ୍ଫୋରଣ ନିରୋଧ ଆଇନର ଧାରା – ୪ଓ୫ ସମେତ ଅସ୍ତ୍ର ଶସ୍ତ୍ର ନିୟନ୍ତ୍ରଣ ଆଇନର ଧାରା- ୨୫/୨୭ ଅନୁଯାୟୀ ଜାମିନ ଆବେଦନ ଖାରଜ ହୋଇଯିବାରୁ ଉଭୟ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି।ସେହିପରି ଏହି ମାମଲାରେ ସମ୍ପୃକ୍ତ ବଡ଼କେଳାଝରୀ ଗ୍ରାମର ନାବାଳକ ରାଜା ଙ୍କୁ ବ୍ରହ୍ମପୁର ସ୍ଥିତ ଯୁଭେନାଇଲ ଜଷ୍ଟିସ ବୋର୍ଡ଼ ରେ ହାଜର କରାଯିବା ପରେ ତାଙ୍କୁ ବାଳସୁଧାର ଗୃହ କୁ ପଠାଇ ଦିଆଯାଇଛି।ଅଭିଯୁକ୍ତ ମାନଙ୍କ ନିକଟରୁ ୨ ଟି ବୋମା,୨ ଟି ମୋବାଇଲ ଫୋନ୍,୧ ଖଣ୍ଡା , ଟିଭିଏସ ବାଇକ୍ ନଂ. ଓଡି ୦୭ ବି- ୨୦୨୩ ଓ ୨୮ ଶହ ଟଙ୍କା ଜବତ କରାଯାଇଥିବା ପୋଲିସ କହିଛି। ପୋଲିସ ସୂଚନାନୁସାରେ ଗତ ୧୬ ତାରିଖ ରାତି ପ୍ରାୟ ୧୧ ଟା ରେ ଝାଡ଼ଖଣ୍ଡ ଛତ୍ରା ଜିଲା ଜାହୁରି ଗ୍ରାମର ଗାଡି ଚାଳକ ଦୂର୍ଗେଶ ରାଣା ଏବଂ ତାଙ୍କ ସାଙ୍ଗ ଅନ୍ୟତମ ଗାଡି ଚାଳକ ଛତ୍ରା ଥାନା ଜାରିଆଦୁ ଗ୍ରାମର ବୀରବଲ୍ ସାହୁ ୨ ଟି ବାଲି ବୋଝେଇ ଟ୍ରକ ନେଇ ବଜ୍ରଗୁମ୍ମା ଗାଁ ରୁ ଚିକିଟି ଗ୍ରାମ ଅଭିମୁଖେ ଯାଉଥିବା ବେଳେ ପତ୍ରଚୁଡ଼ି ଗ୍ରାମ ନିକଟରେ ଟ୍ରକ୍ ୨ ଟିକୁ ଅଭିଯୁକ୍ତମାନେ ଅଟକାଇ ସେମାନଙ୍କୁ ଖଣ୍ଡା ଓ ବୋମା ଦେଖାଇ ଉଭୟଙ୍କୁ ମାଡ଼ ମାରି ୨୮ ଶହ ଟଙ୍କା ଓ ୨ ଟି ମୋବାଇଲ ଫୋନ ଛଡାଇ ନେଇଥିଲେ। ଏନେଇ ଟ୍ରକ୍ ଚାଳକ ଦୂର୍ଗେଶ୍ ଙ୍କ ଏତଲା କ୍ରମେ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ଏନେଇ ଟ୍ରକ୍ ଚାଳକ ଦୂର୍ଗେଶ୍ ଙ୍କ ଏତଲା କ୍ରମେ ଅଭିଯୁକ୍ତମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଥିଲା ବୋଲି ପୋଲିସ କହିଛି।


