କୋଭିଡ ସମୟରେ ରକ୍ତଦାନ ଶିବିର
ଗାଙ୍ଗପୁର , (ସନ୍ତୋଷ କୁମାର ବିଷୋୟୀ): ସଂପ୍ରତି କରୋନା ମହାମାରୀ ସମୟରେ ରକ୍ତ ଭଣ୍ଡାର ମାନଙ୍କରେ ରକ୍ତ ଅଭାବର ଗୁରୁତର ସମସ୍ୟା ରହିଛି | ଓ ଏହାକୁ ଅନୁଭବ କରି କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ୍ କ୍ରସ୍ ଏବଂ ରେଡ ରିବନ୍ କ୍ଲବର ପୂର୍ବତନ ୧୫ ଜଣ ସ୍ଵେଚ୍ଛାସେବୀ ସିଙ୍ଗୀପୁର,କ୍ଷତ୍ରିୟବରପୁର, କୂଲାଙ୍ଗୀ ଆଦି ଗ୍ରାମରୁ ଆସି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ରକ୍ତ ଭଣ୍ଡାରରେ ରକ୍ତ ଦାନ କରିଥିଲେ | ଓ ଯୁବ ରେଡ୍ କ୍ରସ୍ ଜିଲ୍ଲା ସଂଯୋଜକ ବି ଗୋବିନ୍ଦ ରାଓଙ୍କ ନେତୃତ୍ଵରେ ଭିଡିଓ ମାଧ୍ୟମରେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୂ ରାୟ ରକ୍ତ ଦାନ ଶିବିରକୁ ଉଦ୍ଘାଟନ କରିଥିଲେ | ଓ ରାଜ୍ୟ ଯୁବ ରେଡକ୍ରସ୍ ଅଧିକାରୀ ଡକ୍ଟର ଅଜୟ କୁମାର ତ୍ରିପାଠୀ ରକ୍ତ ଅଭାବ ସମସ୍ୟା ଦୂର କରିବା ପାଇଁ ପ୍ରୟାସ କରିଥିବାରୁ ରକ୍ତଦାତାମାନଙ୍କୁ ଧନ୍ୟବାଦ ଦେଇଥିଲେ | ଓ ଅଧ୍ୟକ୍ଷ ସୂର୍ୟ୍ୟ କାନ୍ତ ମହାନ୍ତି, ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଏବଂ କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ପ୍ରମୁଖ ରକ୍ତଦାତାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ଓ ଯୁବ ରେଡ୍ କ୍ରସ୍ ରାଜ୍ୟ ପୁରସ୍କାର ପ୍ରାପ୍ତ ସ୍ଵେଚ୍ଛାସେବୀ ଦୀନ ଦୟାଲ୍ ଜେନା ରକ୍ତଦାତାମାନଙ୍କୁ ସଂଗଠିତ କରି ରକ୍ତ ଭଣ୍ଡାରକୁ ଆଣିଥିଲେ ଓ ରକ୍ତ ଭଣ୍ଡାର ତରଫରୁ ସତ୍ୟନାରାୟଣ ମହାପାତ୍ର, ବିପିନ କୁମାର ପାଣିଗ୍ରାହୀ, ଅନିଲ୍ ମାହାର, ଇତୀଶ୍ରୀ ତ୍ରିପାଠୀ, ସିମାଞ୍ଚଳ ସେଠୀ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ | ଓ ସନ୍ତୋଷ କୁମାର ଦାସ, ଦୀପକ, ଶ୍ରୀକାନ୍ତ, ସାଗର, ଜୀବନ ତାରିଣୀ, ଅମିତ, ମନୋଜ, ସାଗର ଦଳ ବେହେରା, ହିମାଂଶୁ, ଅଂଶୁମାନ, ପ୍ରତାପ, ଅଭିଷେକ, ରଘୁନାଥ, ସୁରେଶ, ଇନ୍ଦ୍ରଜିତ ପ୍ରମୁଖ ରକ୍ତ ଦାନ କରିଥିଲେ |


