ଜୁଲମର ଶୀର୍ଷ ସ୍ଥାନରେ ଭଞ୍ଜନଗର ଏନ.ଏ. ସି

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ମହାମାରୀ କୋରନା ର ବ୍ୟାପକ ପ୍ରଭାବ ରେ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ଼ ଗାଇଡ଼ ଲାଇନ କୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଫଳରେ ଅମାନିଆ ମାନେ ନିୟମ ଭାଙ୍ଗିଲେ ଜରିମାନା ସ୍ୱରୂପ ଟଙ୍କା ମଧ୍ୟ ଆଦାୟ ହେଉଛି। ଆଉ ଏହାର ମୂଳ ଉଦେଶ୍ୟ ହେଉଛି ଲୋକେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଲୋକ ଙ୍କୁ ବାରମ୍ବାର ସଚେତନ କରାଇବେ। କିନ୍ତୁ ଭଞ୍ଜନଗର ସହର ଓ ଉପଖଣ୍ଡ ଅଂଚଳରେ ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳୁଛି । ପ୍ରଶାସନିକ ଅଧିକାରୀ , ଭଞ୍ଜନଗର ଏନ.ଏ. ସି ଅଧିକାରୀ ଓ କର୍ମଚାରୀ ମାନେ କେବଳ ଜରିମାନା ଆଦାୟ କୁ ଗୁରୁତ୍ୱ ଦେଉଛନ୍ତି । ଆଉ ଜରିମାନା ଆଦାୟ ସମୟରେ ସାମାଜିକ ଦୂରତ୍ୱ କୁ ସମ୍ପୂର୍ଣ୍ଣ ଭୁଲି ଯାଉଛନ୍ତି ଅଧିକାରୀ ମାନେ। ଅମାନିଆ ଙ୍କୁ ଆଗଭଳି ସାବାଡ଼ କରି ପାରୁନାହାନ୍ତି। ସେମାନେ ଙ୍କ ପାଇଁ ନିରୀହ ଲୋକମାନେ ବଳି ପଡୁଛନ୍ତି। ଦୀର୍ଘ ମାସ ହେଲା ଜରିମାନା ଆଦାୟ କରାଯାଉଥିଲେ ମଧ୍ୟ ଏହାର ମୂଳ ଉଦେଶ୍ୟ ସାଧିତ ହୋଇ ପାରୁନି । ସହରର ଆରମ୍ଭ ରୁ ଶେଷ ଯାଏ ଏନ.ଏ. ସି ଅଧିକାରୀ ଓ ପୁଲିସ , ତହସିଲ କର୍ମଚାରୀ ମାନେ ଛକ ମାନଙ୍କରେ ଯାଂଚ କରି ଜରିମାନା ଆଦାୟ କରୁଛନ୍ତି। ପ୍ରତିଦିନ ହଜାର ହଜାର ଟଙ୍କା ଜରିମାନା ଆଦାୟ ସହ ରେଡ଼କ୍ରସ ନାମରେ ରସିଦ କଟାଯାଉଛି। ଅମାନିଆ ଙ୍କୁ କାବୁ କରାଯାଇପାରୁନଥିବା ବେଳେ ସହର କୁ ଆସୁଥିବା ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକ ମାନେ ଆକ୍ରୋସର ଶିକାର ହେଉଛନ୍ତି। ଖାଲି ଏତିକି ନୁହେଁ ଯାଂଚ ସମୟରେ ସେମାନେଙ୍କୁ ଅପରାଧୀ ଭଳି ବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି।  ଏନ.ଏ. ସି କର୍ମଚାରୀ  ବାଡ଼ି ଧରି ଲୋକକୁ ବଡ଼ାଇବା ଓ ନିଜେ ମାସ୍କ ଠିକ ଢଙ୍ଗରେ ନ ପିନ୍ଧି କର୍ମଚାରୀ ମାନେ ଜରିମାନା ଆଦାୟ କରିବା ରେ ବ୍ୟସ୍ତ,କିନ୍ତୁ ଲୋକ ପ୍ରଶ୍ନ କଲେ ଧମକ ଦେବା ସହ ବଡ଼ାଇବା ପାଇଁ ମଧ୍ୟ ପଛାଉ ନାହାଂତି ଏନ.ଏ. ସି କର୍ମଚାରୀ |  ହେଲେ ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି କୋରନା ମହାମାରୀ ରୁ ଲୋକଙ୍କୁ ସଚେତନ ଓ ସୁରକ୍ଷିତ ରଖିବାକୁ ଜରିମାନା କଣ ଏକମାତ୍ର ପନ୍ଥା କି ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ