ତହସିଲଦାରଙ୍କୁ ଆକ୍ରମଣ ଉଦ୍ୟମ ମାମଲା ;୨୦ ଜଣଙ୍କ ବିରୁଦ୍ଧରେ ଏତଲା

ଦିଗପହଣ୍ଡି ,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି ବ୍ଳକ ତଥା କେ.ନୁଆଁ ଗାଁ ଥାନା ଅନ୍ତର୍ଗତ ସିଏଚ.ଟିକରପଡା ଗ୍ରାମରେ ଗତ ଶନିବାର ରାତ୍ର ୯ ଘଣ୍ଟା ସମୟରେ ଦିଗପହଣ୍ଡି ତହସିଲଦାର ଅଦ୍ଵୈତ କୁମାର ସ୍ୱାଇଁଙ୍କୁ ଆକ୍ରମଣ ଉଦ୍ୟମ ଓ ତାଙ୍କ ଗାଡ଼ି ଉପରକୁ ଟେକା,ପଥର ମାଡ ଘଟଣାରେ ସମ୍ପୃକ୍ତ ୨୦ ଜଣଙ୍କ ବିରୁଦ୍ଧରେ କେ.ନୁଆଁଗାଁ ଥାନାରେ ରବିବାର ଏତଲା ଦିଆଯାଇଥିବା ସମ୍ପର୍କରେ ସୁଚନା ମିଳିଛି। କୋଭିଡ କଟକଣା ସତ୍ତ୍ୱେ ଗାଁ ରେ ଗଣେଶ ପୂଜା ଚାଲିଥିବା ଏବଂ ସମସ୍ତ ଦୋକାନ ବଜାର ଖୋଲାଥିବା ରୁ ସେସବୁ ବନ୍ଦ ପାଇଁ ପଦକ୍ଷେପ ନିଆଯିବା ରୁ ଶନିବାର ବିଳମ୍ବିତ ସନ୍ଧ୍ୟାରେ ଯେଉଁ ଘଟଣା ଘଟିଲା ତାହା ଅପ୍ରତ୍ୟାଶିତ ଘଟଣା ଥିଲା ବୋଲୀ ତହସିଲଦାର କହିବା ସହ ସେହି ଗୋଟିଏ ଗାଁରେ ପ୍ରାୟ ୩ ଶହରୁ ଉର୍ଦ୍ଧ ଯୁବକ ସୁରାଟ ଫେରନ୍ତା।ସଙ୍ଗରୋଧ ର କୌଣସି ନିୟମକୁ ନମାନି ସଙ୍ଗରୋଧ କେନ୍ଦ୍ରରେ ନରହି ବାହାରକୁ ଆସି ସେମାନେ ଉତ୍ପାତ ଚଳାଇଥିଲେ।ଗତ କାଲି ମଧ୍ୟ ସେମାନେ ମଦ୍ୟପାନ କରି ଏଭଳି କାଣ୍ଡ ଭିଆଇଛନ୍ତି ବୋଲୀ ତହସିଲଦାର ଅଦ୍ଵୈତ କୁମାର କହିଛନ୍ତି।ଅନ୍ୟ ପକ୍ଷରେ ଏହି ମାମଲାରେ ଏପର୍ଯ୍ୟନ୍ତ କେହି ଗିରଫ ହୋଇନଥିବା ସମ୍ପର୍କରେ ସୁଚନା ଦେଇଛନ୍ତି କେ.ନୁଆଗାଁ ଥାନା ଆଇ.ଆଇ.ସି ମାଧାବାନନ୍ଦ ନାୟକ। ସିଏଚ.ଟିକରପଡା ସରପଞ୍ଚଙ୍କ ଙ୍କ ପ୍ରତିନିଧି ପିତବାସ ଚଣ୍ଡ ମାମଲାର ଆପୋଷ ସମାଧାନ ପାଇଁ ବାଚଷ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦୃଷ୍ଟିଆକର୍ଷଣ କରିବାରୁ ସେ ଏଥିରେ କୌଣସି ପ୍ରକାର ହସ୍ତକ୍ଷେପ କରିପାରିବେ ନାହିଁ ବୋଲୀ ରୋକଠୋକ ମନା କରିଦେଇଛନ୍ତି ବୋଲୀ ସେ କହିବା ସହ ଘଟଣା ସମୟରେ ସେ ଗାଁ ରୁ ୨ କି.ମି ଦୂର ଭ୍ରମରପୁର ଗ୍ରାମରେ ଥିଲେ ବୋଲି କହିଛନ୍ତି। ଆଇ.ଆଇ.ସି ଙ୍କ ଠାରୁ ଘଟଣା ସମ୍ପର୍କରେ ସୁଚନା ପାଇ ଗାଁରେ ପହଞ୍ଚିଲାବେଳକୁ ପ୍ରାୟ ୫ ଶହରୁ ଉର୍ଦ୍ଧ ଯୁବକ ତହସିଲଦାରଙ୍କୁ ଗାଡିକୁ ଘେରାଉକରି ରଖିଛନ୍ତି।ସେମାନଙ୍କୁ ଆୟତ କରିବା କଷ୍ଟକର ବ୍ୟାପାର ଥିଲା।ତଥାପି କୌଶଳକ୍ରମେ ତହସିଲଦାରଙ୍କୁ ତାଙ୍କ ଗାଡିରେ ସୁରକ୍ଷିତ ଭାବେ ବସାଇ ଅନ୍ୟ ବାଟରେ ସେ ଦାଉଣୀଛକରେ ଛାଡିଥିଲେ।ଏହି ଘଟଣାରେ ସେ ଅତ୍ୟନ୍ତ ଦୁଃଖିତ ବୋଲୀ କହିବା ସହ ତାଙ୍କ ପ୍ରତି ମଧ୍ୟ ଗାଁ ଲୋକଙ୍କ ଅସନ୍ତୋସ ପ୍ରବଳ ମାତ୍ରାରେ ରହୁଛି ବୋଲୀ ସରପଞ୍ଚ ଙ୍କ ପ୍ରତିନିଧି ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି। ସୁତ୍ରରୁ ମିଳିଥିବା ସୁଚନା ଅନୁସାରେ ଦିଗପହଣ୍ଡି ବ୍ଳକ ଦେଖାଳୀ ସମବାୟ ସମିତିରୁ ପ୍ରାୟ ୪ ଶହ ବସ୍ତା ୟୁରିଆସାର ଚୋରା ଚାଲଣ ହୋଉଥିବା ସମ୍ପର୍କରେ ସୁଚନା ପାଇ ତହସିଲଦାର ଅଦ୍ଵୈତ କୁମାର ସ୍ୱାଇଁ ତାର ପିଛାକରି  ଗାଡି ଚାଳକକୁ ନୁଆଁପଡା ଫାଣ୍ଡିରେ ହସ୍ତାନ୍ତର କରିଥିଲେ।ଫାଣ୍ଡି ଠାରୁ ସିଏଚ.ଟିକରପଡା ମାତ୍ର ଅଢେଇ କି.ମି ଦୂରତା ଥିବାରୁ ସେଠାରେ ପୂଜା ମଣ୍ଡପ ରେ ଗଣେଶ ପୂଜା ଚାଲିଥିବା ଖବର ପାଇ ତାହାକୁ ବନ୍ଦ କରିବା ପାଇଁ ସେହି ଗ୍ରାମକୁ ଯାଇ ସେ ଏଭଳି ଅବସ୍ଥାର ସମୁଖୀନ ହୋଇଥିବା ଜଣାପଡିଛି।ସିଏଚ.ଟିକରପଡା ଗ୍ରାମର କେତେକ ଲୋକଙ୍କ ଅଭିଯୋଗ ପ୍ରକାରେ ଗାଁ ପାଖରେ ଯାଇଥିବା ବାହୁଦା ନଦୀ ପଠାରୁ ଦୈନିକ ଶହ,ଶହ ଟ୍ରକ ବାଲି ଚୋରା ଚାଲଣ ହେଉଛି।ଏ ସମ୍ପର୍କରେ ଗାଁ ଲୋକମାନେ ତହସିଲଦାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି।ଶନିବାର ରବିବାର ସଟଡାଉନ କଟକଣା ରହିଥିଲେ ମଧ୍ୟ ନଦୀରୁ ଚୋରା ଚାଲଣ ହେଉଥିଲେ ମଧ୍ୟ ଏହାକୁ ନରୋକି ଗାଁରେ ନିତ୍ୟବ୍ୟବହାର୍ଯ୍ୟ ଦୋକାନକୁ ସିଲ କରି ସେମାନଙ୍କ ଠାରୁ ଜୋରିମାନା ଆଦାୟ କରିବାକୁ କେନ୍ଦ୍ରକରି ଗାଁଲୋକମାନେ ଏଭଳି ଉତ୍ତେଜିତ ହେବାର ପ୍ରମୁଖ କାରଣ ବୋଲୀ ଜାଣିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ