ଗଞ୍ଜାମ ଜିଲ୍ଲା ଆୟୁଷ ଡାକ୍ତର ସଂଘର ନୂତନ କର୍ମକର୍ତ୍ତା ଚୟନ
ଛତ୍ରପୁର ,(ଦେବଦତ ମହାରଣା ): ଗଞ୍ଜାମ ଜିଲ୍ଲା ଆୟୁଷ ଡାକ୍ତର ସଂଘର ନୂତନ କର୍ମକର୍ତା ଓ ସଂଘର ବିଭିନ୍ନ ଗୁରୁତ୍ୱପୂର୍ଣ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଜରୁରୀ ବୈଠକ ଡ଼ାଃ ସଞ୍ଜୟ କୁମାର ସାହୁ, ଡ଼ାଃ କମଳକାନ୍ତ ଦାସ ,ଓ ରାଜକିଶୋର ସାହୁଙ୍କ ପୌରହିତରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟତ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସାଧାରଣ ସମ୍ପାଦକ ରବୀନ୍ଦ୍ର ନାଥ ଗନ୍ତାୟତ ବିବରଣୀ ପାଠ କରିଥିଲେ | ସଂଘର ବିଭିନ୍ନ ଦାବି ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସଂଘ ପକ୍ଷରୁ ବାରମ୍ବାର ଗୁହାରି କଲେ ସୁଦ୍ଧା ଏପର୍ଯ୍ୟନ୍ତ ଆୟୁଷ ଡାକ୍ତର ମାନଙ୍କର ବିଭିନ୍ନ ଦାବି ସମ୍ପର୍କରେ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ | ତେଣୁ ସଂଘ ପକ୍ଷରୁ ବୈଠକରେ କ୍ଷେପ ପ୍ରକାଶ କରାଯାଇଛି | ଜିଲ୍ଲାର ସମସ୍ତ ଆୟୁଷ ଡ଼ାଃ ମାନେ ଦିନରାତି ଲୋକଙ୍କ ସେବା କରି ଆସୁଛନ୍ତି , କିନ୍ତୁ ଏହା ସୁଦ୍ଧା ମଧ୍ୟ ସେମାନଙ୍କର ଦାବି ବିଷୟରେ ସରକାର ଶୁଣିନାହାନ୍ତି | ତେଣୁ ଗଞ୍ଜାମ ଜିଲ୍ଲା ସଂଘ ପକ୍ଷରୁ ଏହାକୁ ଅଧିକ ଗୁରୁତ୍ୱ ଦେଇ ସଂଘର କର୍ମକର୍ତା ମାନେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବେ ବୋଲି ସଂଘର ନୂତନ ଜିଲ୍ଲା ସଭାପତି ଡ଼ାଃ ଚନ୍ଦ୍ର ଶେଖର ମିଶ୍ର କହିଛନ୍ତି | ଏହି ପରିପେକ୍ଷୀରେ ସଂଘର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ନୂତନ କର୍ମକର୍ତା ଚୟନ କରିଛନ୍ତି | ଗଞ୍ଜାମ ଜିଲ୍ଲା ଆୟୁଷ ସଂଘର ସଭାପତି ଭାବେ ଡ଼ାଃ ଚନ୍ଦ୍ର ଶେଖର ମିଶ୍ର ସାଧାରଣ ସମ୍ପାଦକ ରବିନ୍ଦ୍ରନାଥ ଗନ୍ତାୟତ, ଉପସଭାପତି ଦେବାଶିଷ ଶତପଥୀ , ସହ ସମ୍ପାଦକ ଇ.ଜଗନ୍ନାଥ , କୋଷାଦକ୍ଷ ଡ଼ାଃ ସୁନିତା ପ୍ରଧାନ,ରାଜ୍ୟ ସଂଯୋଜକ ଭାବେ ଡ଼ାଃ ସରୋଜ ପ୍ରଧାନ , ଏବଂ ମୀରା ପଣ୍ଡାଙ୍କୁ ଚୟନ କରାଯାଇଛି | ଏହା ସହିତ ଅର୍ଥ ପରାମର୍ଶ କମିଟିର ସଦସ୍ୟ ଭାବେ ଡ଼ାଃ ମନୋଜ ତ୍ରିପାଠୀ , ଡ଼ାଃ ଶ୍ରୀକାନ୍ତ ତ୍ରିପାଠୀ ,ଡ଼ାଃ ରାମାନୁଜ ପଟନାୟକ , ଡ଼ାଃ ସାର୍ଥକ ସଂକେତ ବିଶ୍ୱାଳ ଓ ବିଜୟଲକ୍ଷ୍ମୀ ପଣ୍ଡା , ମନୋନୀତ ହୋଇଛନ୍ତି | ସେହିପରି ସଂଘ ପରିଚାଳନାର କମିଟି ସଦସ୍ୟ ଭାବେ ଡ଼ାଃ ମନ୍ମଥ ବେହେରା ,ଡ଼ାଃ କୃଷ୍ଣ ଚରଣ ପାଲ , ଡ଼ାଃ ସତ୍ୟ ନାରାୟଣ ସାହୁ , ଡ଼ାଃ ଦେବୀ ପ୍ରସାଦ ଦାସ ,ଓ ସୁଶାନ୍ତ କୁମାର ବେହେରା ଙ୍କୁ ମନୋନୀତ କରାଯାଇଛି | ଶେଷରେ ଡ଼ାଃ ତପସ୍ୱିନୀ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସଂଘର ସାମ୍ପ୍ରଦୟିକ ଉନ୍ନତି କାମନା କରିଛନ୍ତି |


