ଲିଟିଲ ଡାଇମଣ୍ଡ ଡ୍ୟାନ୍ସ ଷ୍ଟୁଡିଓ ର ତୃତୀୟ ବାର୍ଷିକ ଉତ୍ସବ

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍); ଛତ୍ରପୁର ସହରର ଲିଟିଲ ଡାଇମଣ୍ଡ ଡ୍ୟାନ୍ସ ଷ୍ଟୁଡିଓ ର ତୃତୀୟ ବାର୍ଷିକ ଉତ୍ସବ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଜ଼ିଲ୍ଲା ସଂସ୍କୃତି ଭବନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର କୁନି କୁନି କଳାକାର ମାନଙ୍କ ରଙ୍ଗା ରଙ୍ଗ କାର‌୍ୟ୍ୟକ୍ରମରେ ଦୁଲୁକି ଉଠିଥୀଲା ସଭାସ୍ଥଳୀ । କୁନି କୁନି କଳାକାର ପାଦରେ ପାଦ ଥାପି ମୁରୁକି ହସି ନାଚ ଗିତରେ ମସଗୁଲ ହୋଇ ନିଜ ନିଜ ଅଭିଭାବକ ଏବଂ ଅତିଥୀ ମାନଙ୍କ ମନ ମୁଗ୍ଧ କରିଥିଲେ । ଆୟୋଜିତ କାର‌୍ୟ୍ୟକ୍ରମ ଲିଟିଲ ଡାଇମଣ୍ଡ ଡ୍ୟାନ୍ସ ଷ୍ଟୁଡିଓର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ପ୍ରାଧ୍ୟାପକ ଅମର ପ୍ରସାଦ ବିଷୋୟୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଅନୁଷ୍ଠାନର ଏଭଳି କାର‌୍ୟ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ କୁନି କୁନି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଏହା ସହ ମୁଖ୍ୟ ମନ୍ତ୍ରୀ କଳା ଓ ସଂସ୍କୃତିର ବିକାଶ କରିବା ସହ କଳାକାର ମାନଙ୍କୁ ବିଭିନ୍ନ ଜନହିତକର ଯୋଜନା ମାଧ୍ୟମରେ ସାମିଲ୍ କରି ସେମାନଙ୍କ ଉନ୍ନତି କରୁଛନ୍ତି ବୋଲି ସାଂସଦ ଶ୍ର ସାହୁ କହିଥିଲେ । ସମ୍ମାନୀତ ଅତିଥୀ ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗ ଦେଇ କାର‌୍ୟ୍ୟକ୍ରମକୁ ଭୁୟିସ ପ୍ରଶଂସା କରିଥିଲେ । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଏହି ଅନୁଷ୍ଠାନ ପକ୍ଷରୁ କୁନି କୁନି ପିଲାମାନଙ୍କୁ ନେଇ କଳାକାର ନିର୍ମାଣ କରାଯାଉଥିବା ହେତୁ ଅନୁଷ୍ଠାନର ନିର୍ଦ୍ଦେଶକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥୀ ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗ ଦେଇ ଲିଟିଲ ଡାଇମଣ୍ଡ ଡ୍ୟାନ୍ସ ଷ୍ଟୁଡିଓ ର ଉନ୍ନତି କାମନା କରିବା ସହିତ ଛତ୍ରପୁର ସହର ଶାନ୍ତି ମୈତ୍ରୀ ଓ ଶୃଙ୍ଖଳା ର ସହର । ଏଠାରେ ବିଭିନ୍ନ ସମୟରେ ସାଂସ୍କୃତିକ ସନ୍ଧ୍ୟା ଅନୁଷ୍ଠିତ ହେଉଛି । ଏଠାରେ କ୍ରୀଡା ସଂସ୍କୃତିର ଉନ୍ନତି ଘଟିଚାଲିଛି । ତେଣୁ ଏହି ସହରର ବିକାଶ ନିମନ୍ତେ ମୁଁ ସର୍ବଦା ଚେଷ୍ଠିତ ବୋଲି କହିଥିଲେ । ସେହିପରି ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡି ଯୋଗ ଦେଇ କୁନି କୁନି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଅନୁଷ୍ଠାନର କୃତୀ ଛାତ୍ର ଛାତ୍ରୀମାନଙ୍କୁ ଅତିଥୀ ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହ ଅତିଥୀ ମାନଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଏପରି ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର‌୍ୟ୍ୟକ୍ରମ ଭିନ୍ନ ଧରଣର ହୋଇଥିବାରୁ ଅନୁଷ୍ଠାନ ର ନିର୍ଦ୍ଦେଶକ କୁ ଅଭିଭାବକ ଓ ଜନସାଧାରଣଙ୍କ ପକ୍ଷରୁ ଧନ୍ୟବାଦ ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ