ସାର କଳାବଜାରୀ ଚାଷୀ ହନ୍ତଶନ୍ତ

ସାନଖେମୁଣ୍ଡି ,(ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡି ମହାମାରୀ କୋରନା ର ଭୟ ବର୍ତ୍ତମାନ ଚାରିଆଡେ ଖେଳି ଯାଇଛି | ଲକଡାଉନ ଓ ସଡ଼ଡାଉନ ହେବ ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି | ଏହି ସମୟରେ ଚାଷୀ ତାର ଅଣ୍ଟା ଭିଡି ନିଜ କର୍ମ କ୍ଷେତ୍ରକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ସାର ର ସମସ୍ୟା ଚାଷୀଙ୍କୁ ଘେରି ରହିଛି | କଳା ବଜାରୀ ସମସ୍ୟା ଚାଷୀ କୁ ଘେରି ସମସ୍ୟା କୁ ଦ୍ବିଗୁଣିତ କରିଛି | ସରକାର କୃଷି କ୍ଷେତ୍ର ପାଇଁ ବିଭିନ୍ନ ସାର ,ବିହନ ,ଓ ଋଣ ଯୋଗାଉଥିବା ବେଳେ ଏଭଳି ଘଡି ସନ୍ଧି ସମୟରେ ସାର କୃତିମ ଅଭାବ କଳା ବଜାରୀ ହେଉଥିବା ଯୋଗୁ ଚାଷୀର ଅଣ୍ଟା ଭାଙ୍ଗି ଯାଇଛି | ସରକାର ସମବାୟ ସମିତି ଜରିଆରେ ସାର ,ବିହନ ଯୋଗାଇଥାନ୍ତି | ସାନଖେମୁଣ୍ଡି ବ୍ଲକ ର ୧୭ ଗୋଟି ସମବାୟ ସମିତି ଦ୍ୱାରା ଚାଷୀ ସାର ନେଇଥାନ୍ତି | ଏହି ବର୍ଷ ଯୋଗାଣର ବିଳମ୍ବ ଯୋଗୁ ସମବାୟ ସମିତି କୁ ଯାଇ ଲୋକମାନେ ଘଣ୍ଟା ଘଣ୍ଟା ଠିଆ ହୋଇଥିଲେ | କାହାକୁ ମିଳୁଥିଲା ତା କାହାକୁ ମିଳୁନଥିଲା ଏହାକୁ ନେଇ ସେମାଙ୍କର ମଧ୍ୟରେ ସଂଘର୍ଷ ହେଉଥିଲା | ଯୋଗାଣର ବିଳମ୍ବ ଯୋଗୁ ଲୋକମାନେ ବାହାରୁ ୫୦୦/୬୦୦ ଟଙ୍କାର ସାର କିଣି ଆଣୁଛନ୍ତି | ଏନେଇ ସମବାୟ ବ୍ୟାଙ୍କ ପାଟପୁର ସଖା ପରିଚାଳକ ନିରଞ୍ଜନ ପୃଷ୍ଟି ପଚାରିବାରୁ ସେ କହିଲେ ୧୭ ଟି ସମବାୟ ସମିତିରୁ ୧୫୦ ଟ୍ରକ ସାର ପିଡିଆ ଆବଶ୍ୟକ ଥିବାବେଳେ ୪୨ ଟି ଟ୍ରକ ଆସିଛି ତେଣୁ ସମବାୟ ସମିତି ଆଗରେ ସମସ୍ୟା ଉପୁଜିଛି | ଆଜି ଆଡପଡା ସମିତି ରେ ୧୦୦୦ ଚାଷୀ ରୁଣ୍ଡ ହୋଇଥିବାବେଳେ ମାତ୍ର ୪୦୦ ବସ୍ତା ସାର ସ୍ଟକ ଥିବା ଯୋଗୁ ସାର ଦିଆଯାଇନଥିଲା | ସମସ୍ୟାକୁ ନେଇ ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକଙ୍କୁ ପଚାରିବାରୁ ସେ କହିଲେ ଆଜି ଜିଲ୍ଲାପାଳ ଙ୍କ ସହ ଆଲୋଚନା ହୋଇଥିଲା ଆବଶ୍ୟକତା ଠାରୁ ଯୋଗାଣ କମ ହେଉଛି | ତେଣୁ ସରକାରଙ୍କୁ ଅନୁରୋଧ କରାଯାଇଛି | ଯଥାଶୀଘ୍ର ସାର ଯୋଗାଇଲେ ସମସ୍ୟା ଉପୁଜିବ ନାହିଁ | ଚାଷୀଙ୍କ ସମସ୍ୟାକୁ ନେଇ କଳାବଜାରୀ ଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ କରି ଚାଷୀଙ୍କୁ ସାର ଯୋଗାଇବା ପାଇଁ ପୂର୍ବତ୍ତନ ବ୍ଲକ ଅଧିକାରୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ