ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୋମବାର ଜନ ଅଭିଯୋଗ ଶୁଣାଣୀ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏସିପି ପିନାକ ମିଶ୍ର , ଉପଜିଲ୍ଲାପାଳ ସିନେ୍ଧ ଦତ୍ତାତ୍ରୟ ବ୍ରାହ୍ମ ସାହେବ, ଉପଖଣ୍ଡସ୍ତରୀୟ ଅଭିଯୋଗ ଶୁଣଆଣଈ ନୋଡାଲ ଅଫିସର ଶ୍ରୀ ବିନୋଦ କୁମାର ବେହେରା. ଜିଲ୍ଲା ଶିକ୍ଷା ଅଧିକାରୀ , ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ବ୍ରହ୍ମପୁର ଉପଖଣ୍ଡର ବିଭିନ୍ନ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଉକ୍ତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୋଟ ୧୨୯ଟି ମଧ୍ୟରୁ ୧୨ଟି ବ୍ୟକ୍ତିଗତ ଅଭିଯୋଗ , ୨ଟି ଗ୍ରାମ୍ୟ ସମସ୍ୟା ଅଭିଯୋଗ, ଶୁଣାଣୀ ହୋଇଥିବାବେଳେ ୧୦୯ଟି ଅଭିଯୋଗକୁ ତୁରନ୍ତ ଫଇସଲା କରାଯାଇଥିଲା । ଚାରି ଜଣଙ୍କୁ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୬୫ହଜାର ଟଙ୍କା ସହାୟତାଲ ପ୍ରଦାନ କରିଥିବାବେଳେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଦୁଇଜଣଙ୍କୁ୧୫ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ