୭ମ ଅର୍ଥନୈତିକ ଜନଗଣନା ସର୍ଭେ କାର୍ଯ୍ୟକ୍ରମ ଶୁଭାରମ୍ଭ

ଛତ୍ରପୁର : ବିଭିନ୍ନ ଉଦ୍ୟୋଗ ମାଧ୍ୟମରେ ଦେଶର ଅର୍ଥନୀତିକ ଅଭିବୃଦ୍ଧି ପରିସଂଖ୍ୟାନ ଉଦ୍ଦେଶ୍ୟରେ ଆଜି ସମଗ୍ର ଭାରତ ବର୍ଷରେ ଅର୍ଥନୈତିକ ଜନଗଣନା ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରତି ୫ ବର୍ଷରେ ଥରେ ଏହି ସର୍ଭେ କାର୍ଯ୍ୟ ହୋଇଥାଏ । ଚଳିତ ବର୍ଷ ମଧ୍ୟ କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ତରଫରୁ ୭ମ ଅର୍ଥନୀତିକ ଜନଗଣନା ସର୍ଭେ କାର୍ଯ୍ୟକ୍ରମ ସୋମବାର ଠାରୁ କାର୍ଯ୍ୟକାରୀ ହୋଇଛି । ଏଥିପାଇଁ ସିଏଏସି ଇ-ଗଭର୍ଣ୍ଣାନ୍ସ ସର୍ଭିସ ଇଣ୍ଡିଆ ଲିମିଟେଡ ସହିତ ସହଯୋଗ ସ୍ଥାପନ କରିଛି । ପରିସଂଖ୍ୟାନ ସଂଗ୍ରହ ଆଇନ ୨୦୦୮ ଅଧୀନରେ ଘରକୁ ଘର ଏବଂ ଅର୍ଥ ନୈତିକ ପ୍ରତିଷ୍ଠାନ ଗୁଡିକୁ ସର୍ଭେ କରାଯାଇ ତଥ୍ୟ ସଂଗ୍ରହ କରାଯିବ । ଡିସେମ୍ବର ସୁଦ୍ଧା ତଥ୍ୟ ଶେଷ ହେବ ଏବଂ ଜାତୀୟ ସ୍ତରରେ ୨୦୨୦ ମାର୍ଚ୍ଚ ବେଳକୁ ଏହାର ଫଳାଫଳ ଉପଲବ୍ଧ ହୋଇଯିବ ବୋଲି ଆଶା ରଖାଯାଇଛି । ଦେଶର ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକଙ୍କ ଅର୍ଥନୀତିକ ଅଭିବୃଦ୍ଧି ପରିସଂଖ୍ୟାନ ନିମନ୍ତେ ପ୍ରଥମ କରି ଏହି ସର୍ଭେ କାର୍ଯ୍ୟକ୍ରମକୁ ଜନସେବା କେନ୍ଦ୍ର ଗୁଡିକୁ ହସ୍ତାନ୍ତର କରାଯାଇଛି । ପ୍ରତି ଘରକୁ ଘର ଗସ୍ତ କରି ଲୋକମାନେ କେଉଁ ଉଦ୍ୟୋଗ ମାଧ୍ୟମରେ କେତେ ରୋଜଗାର କରି ପାରୁଛନ୍ତି, ସେହି ବାବାଦରେ ଉକ୍ତ ସଦସ୍ୟଙ୍କ ଫୋଟ ସହିତ ମୋବାଇଲ୍ ଆପ୍ରେ ସମସ୍ତ ତଥ୍ୟ ସଂଗ୍ରହ କରାଯିବ । ଅର୍ଥନୈତିକ ଗଣନା ଦ୍ୱାରା ଦେଶରେ ହେଉଥିବା ଅର୍ଥନୈତିକ କାର୍ଯ୍ୟକଳାପ ସମ୍ପର୍କରେ ଗୁରତ୍ୱପୂର୍ଣ୍ଣ ସୂଚନା ମିଳିଥାଏ । ଗଂଜାମ ଜିଲ୍ଲାରେ ୫୦୩ଟି ଗ୍ରାମ ପଞ୍ଚାୟତରେ ସିଏସସି ରହିଛି । ପ୍ରାୟ ୫୦୦ରୁ ଉଦ୍ଧ୍ୱର୍ ଜଣ ସୁପରଭାଇଜର ରହିଛନ୍ତି । ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ୧୦ଜଣ ଲେଖାଁଏ ଏନୁମୋରଟି କାର୍ଯ୍ୟ କରିବେ । ଏହ ଗଣନା କାର୍ଯ୍ୟ ଜିଲ୍ଲାରେ ୨୭୦୦ଜଣ କର୍ମଚାରୀ ସାମିଲ ହେବେ ।\n ଏହି ଅବସରରେ ଗଞ୍ଜାମ ଜିଲ୍ଲାର ସର୍ଭେ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀ, ଜିଲ୍ଲା ଯୋଜନା ଓ ସମନ୍ୱୟ ବିଭାଗର ଉପନିର୍ଦ୍ଦେଶକ ବିଜୟ କୁମାର ମିଶ୍ର, ଜିଲ୍ଲା ପରିସଂଖ୍ୟାନ ଅଧିକାରୀ ଗୋଲକ ଚନ୍ଦ୍ର ଦଳାଇ,ଜନ ସେବା କେନ୍ଦ୍ରର ଜିଲ୍ଲା ମ୍ୟାନଜର ଅମିତ୍ କୁମାର ସାହୁ,ରତ୍ନାକର ପାଲଟା ଓ ରୋଜିତ୍ ରାଉତ, ଭିଏଲଇ ଗଞ୍ଜାମ ସନ୍ତୋଷ କୁମାର ପାଢୀଙ୍କ ସମେତ ଜନ ସେବା କେନ୍ଦ୍ରର ସୁପରଭାଇଜରମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ