ସିସିଏ ଓଡ଼ିଶା ପକ୍ଷରୁ ଜାତୀୟ ପେନସନ ଦାଲତ

ଭୁବନେଶ୍ୱର ସ୍ଥିତ ଓଡ଼ିଶା ଟେଲିକମ ସର୍କଲର ସଂଚାର ଲେଖା ନିୟନ୍ତ୍ରକ (ସିସିଏ)ଙ୍କ ପକ୍ଷରୁ ଏକ ଜାତୀୟ ପେନସନ ଅଦାଲତ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି ।ସିସିଏ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଏହି ଅଦାଲତ ଅନୁଷ୍ଠିତ ହୋଇଥିଲା ।ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଦିବ୍ୟାଙ୍ଗ ଜନ ସଶକ୍ତିକରଣ ବିଭାଗ ପକ୍ଷରୁ କମିଶନର ତଥା ସଚିବ ଭାସ୍କରଜ୍ୟୋତି ଶର୍ମାମୁଖ୍ୟ ଅତିଥି ଭାବେଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବାସହିତ ବରିଷ୍ଠ ନାଗରିକମାନଙ୍କ ସାମାଜିକ ସୁରକ୍ଷା ପଦକ୍ଷେପକୁ ଅଧିକ ସୁଦୃଢ଼ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ ।ଅବସରରେ ଓଡ଼ିଶା ସର୍କଲର ସିସିଏ ଲୋପାମୁଦ୍ରା ମହାନ୍ତି ଉପସ୍ଥିତ ଥିଲେ ।ଅଭିଭାଷଣରେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ କହିବା ସହିତ ଟେଲିକମ ବିଭାଗ ଏବଂ ବିଏସନଏଲର ପେନସନ ମାମଲା ଗୁଡ଼ିକୁ ସମାଧାନ କରିବା ଦିଗରେ ବିଭାଗ ପକ୍ଷରୁ ନିଆଯାଇଥିବା ଅଭିନବ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଉଦଘାଟନୀ ଅଧିବେଶନରେ ବିଏସଏନଏଲ ମାନବ ସମ୍ବଳ ବିଭାଗ ମହାପ୍ରବନ୍ଧକ ପି.କେମହାପାତ୍ର, ସିସିଏର ସବୁଠୁ ବୟସ୍କ ପେନସନ ଭୋଗୀ ଚୈତନ୍ୟ ବେହେରା ଯୋଗ ଦେଇଥିଲେ । ଏହି ଦିନିକି ଆକାର୍ଯ୍ୟକ୍ରମରେ ପେନସନଭୋଗୀଙ୍କ ଅଭିଯୋଗର ସମାଧାନ, ଆର୍ଥିକଏବଂ ନିବେଶଉତ୍ପାଦ ସମ୍ପର୍କରେ ସଚେତନତା, ଡିଜିଟାଲ ପ୍ରମାଣପତ୍ର ଓ ସମ୍ପନ୍ନ ସମ୍ପର୍କରେ ସଚେତନତା ଏବଂ ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଓ ନିରାପତା ଆଦିବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ବୈଷୟିକ ଅଧିବେଶନରେ କମିଶନରେଟ ପୋଲିସ, ଭାରତୀୟ ଷ୍ଟେଟବ୍ୟାଙ୍କ, ଏଲଆଇସି, ଡାକବିଭାଗ, ବିଏସଏନଏଲର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ