୧୦ବର୍ଷ ପରେ ବି ଭତା ସାତସପନ

ଜଗନ୍ନାଥପ୍ରସାଦ,(ସନ୍ତୋଷ କୁମାର ଜେନା): ଅଯୋଗ୍ୟ ଙ୍କୁ ମିଳୁଛି ଯୋଗ୍ୟଙ୍କୁ ନାହିଁ ।ସରକାରୀ ନୀୟମ ପ୍ରକାରେ ୬୦ ବର୍ଷ ବୟସ ହେଲେ ବରିଷ୍ଟ ନାଗରିକ ଭାବରେ ବିବେଚନା କରି ବୃଦ୍ଧବୃଦ୍ଧା ଙ୍କୁ ମାସିକ ଭତ୍ତା ଯୋଜନା ରେ ସାମିଲ କରାଯାଇଥାଏ । ହେଲେ ୭୦ ବର୍ଷ ଅତିକ୍ରମ କରିବା ପରେ ମଧ୍ୟ ବାର୍ଦ୍ଧକ୍ୟ ଭତାଟିଏ ହୋଇପାରୁ ନାହିଁ । ୧୦ ବର୍ଷ ହେଲା ପଞ୍ଚାୟତ, ବ୍ଳକ, ଉପଜିଲ୍ଲାପାଳ ଓ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ କୁ ଦଉଡି ଦଉଡି ନୟାନ୍ତ ହୋଇସାରିଲେଣି ହେଲେ କେହି ଗୁହାରି ଶୁଣୁନଥିବା ସେ ଅଭିଯୋଗ କରିଛନ୍ତି।ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ପ୍ରତାପୁର ପଞ୍ଚାୟତ ବୁରପଲ୍ଲୀ ଗାଁର ବିନୁ ମହାନ୍ତି , ଯାହାଙ୍କ ବୟସ ୭୦ ଟପିଲାଣି । ପୁଅବୋହୁ ମାନେ ଯେଯା ବାଟରେ ରହୁଥିବା ବେଳେ ଏବେ ଏକ ଚାଳ କୁଡିଆରେ ଜୀବନ କାଟୁଛନ୍ତି ବିନୁ । ସରକାରଙ୍କ ଭତ୍ତା ଯୋଜନା ରେ ତାଙ୍କୁ ସାମିଲ କରାଯାଇଥିଲେ ବାକି ଯିବନ ଟା ଟିକିଏ ଶାନ୍ତିରେ କଟିପାରନ୍ତା ବୋଲିସେ ପ୍ରକାଶ କରିଛନ୍ତି । ଗତ ଚାରି ବର୍ଷ ହେଲା ସେ ବିଧବା ହେବା ପରେ ଏକାକି ହୋଇପଡିଛନ୍ତି ।ପୁଅ ବୋହୁ ହାତଟେକି ଯାହା ଦିଅନ୍ତି ସେଥିରେ ତ ପେଟ ପୁରିଯାଉଛି ହେଲେ ଟିକିଏ ଔଷଧ ପତ୍ର କିଣିବା ପାଇଁ ପାଖରେ ଟଙ୍କା ଟିଏ ନାହିଁ ଯାହାଫଳରେ ଭାରି କଷ୍ଟରେ ଜୀବନ ବିତୁଛି । ୬୦ ଡେଇଁବା ପରଠାରୁ ଅର୍ଥାତ ଗତ ୧୦ ବର୍ଷ ହେଲା ବିଭିନ୍ନ ସମୟରେ ଜଗନ୍ନାଥପ୍ରସାଦ ବ୍ଳକ ତ କେତେବେଳେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଦଉଡି ଦଉଡି ନୟାନ୍ତ ହୋଇ ସାରିଲେଣି । ଗଂଜାମ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଫେବୃଆରୀ ମାସରେ ଏକ ୱ।ଟସପ୍ ନମ୍ୱରରେ ସମସ୍ତ ପ୍ରମାଣ ପଠାଯାଇଥିଲା ତାହା ମଧ୍ୟ ୬ ମାସ ବିତିଗଲାଣି ସେଠାରୁ ମଧ୍ୟ କିଛି ଉତର ଆସିନାହିଁ । ଏବେ ଆଉ କାହାକୁ ଗୁହାରି କରିବେ ବୋଲି ପ୍ରଶ୍ନ କରିବା ସହ ନିଜ ଭାଗ୍ୟକୁ ନିନ୍ଦିଛନ୍ତି ତାଙ୍କ ଠାରୁ ସାନ ଓ ଥିବା ବାଲାମାନେ ମାସକୁ ମାସ ଭତା ଉଠାଉ ଥିବାବେଳେ ଅସହାୟ ଭାବେ କଷ୍ଟରେ ଯିବନ ବିତାଉଥିବା ବିନୁ ଙ୍କୁ ଭତା ନମିଳିବା ଅନେକ ଙ୍କୁ ବସ୍ମିତ କରିଛି । ଅନ୍ତତହ ଜୀବନ ଯିବା ପୂର୍ବରୁ ସରକାର ଗୁହାରି ଶୁଣି ବାର୍ଦ୍ଧକ୍ୟ ଭତାଟିଏ ବ୍ୟବସ୍ଥା କରିବା ପାଇଁ ସେ ନେହୁରା ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ