ବରିଷ୍ଠ ଜିଲ୍ଲାଜଜ କୃଷ୍ଣଚନ୍ଦ୍ର କରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଆଇନିଜୀବି,ସମାଜସେବୀ,ସାହିତ୍ୟିକ ଓ ଶିକ୍ଷକମାନଙ୍କ ମିଳିତ ମଂଚ ପକ୍ଷରୁ ବରିଷ୍ଠ ଜିଲ୍ଲାଜଜ ସୂର୍ଗତ କୃଷ୍ଣଚନ୍ଦ୍ର କରଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ମିଳିତ ମଂଚର ଆବାହକ ଆଇନଜୀବି ପ୍ରଦୀପ କୁମାର ଦାଶଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଆଶିଷ ସେନାପତି,ଜିଲ୍ଲା ବିକାଶ ପରିଷଦ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ,ଗୟାଧର ଧଳ,ଆଇନଜୀବି ସଞ୍ଜୟ ଜେନା,ସମ୍ବାଦ ସାହିତ୍ୟ ଘର ସଭାପତି ଅବନ୍ତୀ ବେହେରା,ରଣଧୀର ଜେନା,ଶୈଳବାଳା ସାମଲ,ନଗେନ୍ଦ୍ର ଜେନା,ଜିଲ୍ଲା ସାହିତ୍ୟ ସଂସଦ ସମ୍ପାଦକ ଶୁଭାଂଶୁ କୁମାର ଦାସ,ସହ ସମ୍ପାଦକ କାର୍ତ୍ତିକ ଚରଣ ନାୟକ,କୋଷାଧ୍ୟକ୍ଷ ନୃସିଂହ ଚରଣ ତ୍ରିପାଠୀ,ମିଳିତ ମଂଚର ସମ୍ପାଦକ ପାର୍ଥସାରଥୀ ବେହେରା,ତାଙ୍କର ସନ୍ତାନ ରଞ୍ଜନ କୁମାର କର,ତୃପ୍ତୀମୟୀ ଜେନା,ମଦନମୋହନ ବେହେରା,ମମତାମୟୀ ସାମଲ,ଶରତ କୁମାର ରାଉତ,ବାନାମ୍ବର ସାହୁ,ମନୋଜ କୁମାର ଦାସ,ଅବଧୂତ ରାଉତ,ଗୈାରାଙ୍ଗ ଚରଣ ସାହୁ,ବସନ୍ତ କୁମାର ପରିଡା,ଅମୀୟ କୁମାର ନାୟକ,ସୋମନାଥ ସାହୁ,ଉତ୍କଳ ମହାପାତ୍ର,ଏସ.କେ.ସୈାକତ ଖାଁ ପ୍ରମୁଖ ଯୋଗଦେଇ କିପରି ଐତିହାସିକ ଛବୀରାଣୀ ହତ୍ୟାକାଣ୍ଡର ରାୟ ନିର୍ଭିକ ଭାବେ ପ୍ରଦାନ କରି ଇତିହାସ ସୃଷ୍ଟି କରିଥିଲେ ସେ ସମ୍ପର୍କରେ ବକ୍ତବ୍ୟ ରଖି ସୂର୍ଗତ କରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରାରମ୍ଭରେ ସୂର୍ଗତ ଆତ୍ମାର ସଦଗତି ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହା ପ୍ରତ୍ୟେକ ସୁବୁଦ୍ଧି ସମ୍ପନ୍ନ ମଣିଷଙ୍କ ପାଇଁ ଗୈାରବର ବିଷୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସାହିତ୍ୟ ସଂସଦର ସଭାପତି ଡଃ.ବାସୁଦେବ ଦାସ ଅସୁସ୍ଥ ଥିବାରୁ ଏକ ବାର୍ତ୍ତାରେ ସଂସଦର ମୁଖପତ୍ର ଦିଗବଳୟର ଏକ ପୃଷ୍ଟା ସୂର୍ଗତ କରଙ୍କ ଉଦେଶ୍ୟରେ ଉତ୍ସର୍ଗ କରାଯିବ ବୋଲି ଜଣାଇଥିଲେ । ତାଙ୍କ ସ୍ମୃତି ଉଦେଶ୍ୟରେ ଏକ ସ୍ମରଣିକା ତାଙ୍କ ବାର୍ଷିକ ଶ୍ରାଦ୍ଧଦିବସରେ ପ୍ରକାଶ କରାଯିବାକୁ ସ୍ଥିର କରାଯାଇଥିଲା । ତାଙ୍କ ବାସଭବନ ସମ୍ମୁଖରେ ତାଙ୍କର ଏକ ଆବକ୍ଷ ପ୍ରତିମୂର୍ତ୍ତି ନିର୍ମାଣ କରାଯିବାକୁ ଏକ ପ୍ରସ୍ତାବ ଆସିଥିଲା ।