ଲାଲ ଦାସ ମଠର ଶ୍ରୀ ହନୁମାନ ପ୍ରଭୁଙ୍କ ବିଗ୍ରହ ସ୍ଥାନାନ୍ତରିତ
ବ୍ରହ୍ମପୁର,(ଅନିଲ କୁମାର): ବ୍ରହ୍ମପୁର ସ୍ଥିତ ହନୁମାନ ବଜାର ଛକ ନିକଟସ୍ଥ ତା ୨୦.୦୮.୨୦୨୦ ରେ ଲାଲ ଦାସ ମଠର ଶ୍ରୀ ହନୁମାନ ପ୍ରଭୁଙ୍କ ବିଗ୍ରହ ସ୍ଥାନାନ୍ତରିତ ଘଟଣାକୁ ନେଇ ବ୍ରହ୍ମପୁର ବାସୀଙ୍କ ମନରେ ସନ୍ଦେହ ଉପୁଜିଥିବା ଯୋଗୁ ମଠ ପରିସରରେ ମହନ୍ତ ତଥା ମୁଖ୍ୟ ଟ୍ରଷ୍ଟ ଶ୍ରୀ ପୁରୁଷତ୍ତମ ଦାସ ଙ୍କ ଉପସ୍ଥିତିରେ ବ୍ରହ୍ମପୁର ଜନସାଧାରଣ ତଥା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ,କେଶରୀୟା ହିନ୍ଦୁ ବାହିନୀ ର ସଦସ୍ୟଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ଉକ୍ତ ବୈଠକ ରେ ନିମ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା | ଶ୍ରୀ ହନୁମାନ ବିଗ୍ରହର ପୁନଃ ପ୍ରତିଷ୍ଠା ତଥା ମଠର ପୁନରୁଦ୍ଧାର ନିମନ୍ତେ ବିଗ୍ରହ ସ୍ଥାନାନ୍ତର କରିବା ବିଷୟ ମହନ୍ତ ପ୍ରକାଶ କରିଥିଲେ | ଏବଂ ଭବଷ୍ୟତରେ ପୁନରୁଦ୍ଧାର ର ଏକ ବ୍ଲୁ ପ୍ରିଣ୍ଟ ୩୧.୦୮.୨୦୨୦ ତାରିଖ ଦିନ ସୁଦ୍ଧା ପ୍ରକାଶ କରିବେ ବୋଲି କହିଥିଲେ | ତାଙ୍କ କହିବାନୁସାରେ ୨୩.୦୮.୨୦୨୦ ତାରିଖ ଦିନ ଭୂମି ପୂଜନ କରାଯିବ | ଆଗାମୀ ଦିନରେ ସମୟାନୁସାରେ ମଠର ପୁନରୁଦ୍ଧାର କାର୍ଯ୍ୟ ବିଷୟରେ ସମସ୍ଥଙ୍କୁ ଅବଗତ କରାଇବେ ଏବଂ ଆବଶ୍ୟକ ପଡିଲେ ସଂଗଠନ ତରଫରୁ ସହଯୋଗ ମଧ୍ୟ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ |


