ମାସୁଦର ସହଯୋଗୀକୁ ଭେଟିଲେ ଇମ୍ରାନ୍

ଇସଲାମାବାଦ୍ (ଏଜେନ୍ସି): ଗୋଟିଏ ପଟେ ଭାରତ ସହ କର୍ତ୍ତାରପୁର କରିଡର ପାଇଁ ଅଳଲୋଚନା କରୁଥିବା ପାକିସ୍ତାନ ଅନ୍ୟପଟେ ବୈଠକ ପୂର୍ବରୁ ଆତଙ୍କବାଦୀଙ୍କ ସହ ସାକ୍ଷତ କରିବା ଏବେ ସାମ୍ନାକୁ ଆସିଛି । କର୍ତ୍ତାରପୁର କରିଡର ନିର୍ମାଣ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଥିଲା । ଏହାପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପ୍ରୋ ଖଲିସ୍ତାନୀ ନେତା ତଥା କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରର ଘନିଷ୍ଠ ସହଯୋଗୀ ଗୋପାଲ •ୱଲା ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ତାଙ୍କ ସହ ଆଲୋଚନା କରିବା ପରେ ପାକିସ୍ତାନର ଏକ ପ୍ରତିନିଧି ଦଳ ଭାରତୀୟ ପ୍ରତିନିଧି ସହ ବୈଠକ କରିଥିବା କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ