ନାଉଗାଁ ଥାନାରେ ଲାଗିଲା ସାନିଟାଇଜର ମେସିନ
ନାଉଗାଁ,(ଓ୍ବାଇଏନ୍ଏସ୍):ମହାମାରୀ କରୋନା ସଂକ୍ରମିତକୁ ଦୃଷ୍ଟିରେ ରଖି ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ସାନିଟାଇଜର ମେସିନ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଧାୟକଙ୍କ ଆଂଚଳିକ ଉନ୍ନୟନ ପାଣ୍ଠିରୁ ଉକ୍ତ ଅର୍ଥ ବ୍ୟୟ ବରାଦ କରାଯାଇଛି । ପୂର୍ବରୁ ନାଉଗାଁ ପଂଚାୟତ ସମିତି କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲଗାଯାଇଥିବା ବେଳେ ସୋମବାର ବ୍ଳକ ସଭାପତି ସୁଜିତ ମଲ୍ଲିକଙ୍କ ନେତୃତ୍ୱରେ ନାଉଗାଁ ଥାନାରେ ଉକ୍ତ ମେସିନ ଲଗାଯାଇଛି । ମେସିନ ଲଗାଯିବା ସମୟରେ ବ୍ଲକ ବିଜେଡି ଛାତ୍ର ନେତା ଆଲୋକ ମହାନ୍ତି, ଥାନାଧିକାରୀ ଭରତ କୁମାର ବେହେରା ଆଦି ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟାଳୟ ଗୁଡିକୁ ବିଭିନ୍ନ ସମସ୍ୟା ନେଇ ଜନସାଧାରଣମାନେ ଆସୁଥିବା ବେଳେ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ହାତକୁ ଭଲ ଭାବେ ସାନିଟାଇଜ କରିବା ଉଦ୍ଦେଶ୍ୟରେ ଏହି ମେସିନ ଲଗାଯାଇଥିବା ବ୍ଳକ ସଭାପତି ମଲ୍ଲିକ ସୂଚନା ଦେଇଛନ୍ତି ।