ଗଞ୍ଜାମ ହାଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ସ୍ୱାୟତ୍ତ ଶାସନ ଦିବସ ଅବସରରେ ବ୍ରହ୍ମପୁର ଉନ୍ନୟନ କତ୍ତୃପକ୍ଷଙ୍କ ଦ୍ୱାରା  ବ୍ରହ୍ମପୁର ସହରର କେନ୍ଦ୍ରସ୍ଥଳ କର୍ପୋରେସନ ରୋଡ ଠାରେ ଗଞ୍ଜାମ ହାଟ ବା ବାଣିଜ୍ୟ କେନ୍ଦ୍ର ପାଇଁ ବ୍ରହ୍ମପୁର ସାସଂଦ ଚନ୍ଦ୍ର ଶେଖର ସାହୁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି | ବ୍ୟବସାୟ ଓ ସାଂସ୍କୃତିକ ପେଣ୍ଠସ୍ଥଳ ପାଲଟିବାକୁ ଯାଉଥିବା ଏହି ହାଟ ନିର୍ମାଣ ୨୦୨୧ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି l ଯାହା ଦ୍ୱାରା ଶତାଧିକ ଦୋକାନ ଗୃହ ପାଇଁ ଇଛୁକ ଉଦ୍ୟଗି ମାନଙ୍କୁ ଦୋକାନ ଗୃହ ବଣ୍ଟନ କରାଯିବ l ବ୍ରହ୍ମପୁର ଉନ୍ନୟନ କତ୍ତୃପକ୍ଷ ଙ୍କ ପକ୍ଷରୁ ନିର୍ମାଣ କରାଯାଉଥିବା ୫.୫ ଏକର ଜାଗାରେ ଗଞ୍ଜାମ ହାଟ ତଥା ସିଟି କମର୍ସିୟାଲ ସେଣ୍ଟର କରିବାକୁ ଡିପିଆର ପ୍ରସ୍ତୁତ କରାଯାଇଛି l ୪ ଏକର ଜାଗାରେ ଗଞ୍ଜାମ ହାଟ ଏବଂ ୧.୫ ଏକର ଜାଗାରେ କମର୍ସିୟାଲ କମ୍ପ୍ଲେକ୍ସ କରିବାକୁ ଡିପିଆର ପ୍ରସ୍ତୁତ ହୋଇଛି l ଏଥିପାଇଁ ୨୨.୪୫ କୋଟି ଟଙ୍କା ମଞ୍ଜୁର ହୋଇଛି l ସେହିପରି ମାର୍କେଟ କମ୍ପ୍ଲେକ୍ସ ପାଇଁ ମୋଟ ୧୧୭ଟି ଦୋକାନ ଗୃହ ହେବାକୁ ଥିବା ବେଳେ ହାଟର ଚାରିପାଖରେ ୩୩ଟି ଦୋକାନ ଗୃହ ନିର୍ମାଣ କରାହେବ l ଆଜିର ଉଦଘାଟନ ଉତ୍ସବରେ ବ୍ରହ୍ମପୁର ବିଧ୍ୟାୟକ ବିକ୍ରମ କୁମାର ପଣ୍ଡା,ଗୋପାଳପୁର ବିଧ୍ୟାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ, ପୂର୍ବତନ ବି ଡି ଏ ଅଧକ୍ଷ ସୁବାସ ମହାରଣା, ପୂର୍ବତ୍ତନ କର୍ପୋରେଟର ମମତା ବିଷୋୟୀ, ଜିଲ୍ଲା ଯୁବ ବିଜେଡି ସଭାପତି ଏନ ଧନଞ୍ଜୟ ରାଓ, ବିଡିଏ ସମ୍ପାଦକ ସମ୍ବିତ ରାଉତ, ଇଂଜିନିୟର ମେମ୍ବର ମନୋରଞ୍ଜନ ମାଳି, ରଘୁନାଥ ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ