ଟାଟାଷ୍ଟିଲ ମିଡ଼ିଆ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ-୨୦୧୯ ସୁକିନ୍ଦା ଏକାଦଶ ଚମ୍ପିୟନ୍

କଳିଙ୍ଗନଗର,(ଯୁଗାବ୍ଦ ନ୍ୟୁଜ୍) : ଟାଟାଷ୍ଟିଲ କଳିଙ୍ଗନଗର ପ୍ଲଟ୍-୨ ସ୍ପୋଟ୍ସକମ୍ପେ୍ଲକ୍ସ ପଡ଼ିଆରେ ଆଜି ଟାଟାଷ୍ଟିଲ ପକ୍ଷରୁ ଆୟୋଜିତ ମିଡ଼ିଆକପ ଫୁଟବଲଟୁର୍ଣ୍ଣାମେଣ୍ଟରେ ସୁକିନ୍ଦାମିଡ଼ିଆ ଏକାଦଶ ଫାଇନାଲ୍ମ୍ୟାଚ୍ରେ ବ୍ୟାସ ନଗର ମିଡ଼ିଆ ଏକାଦଶକୁ୪-୦ ଗୋଲ୍ରେ ହରାଇ ଟାଟାଷ୍ଟିଲ ମିଡ଼ିଆ ଫୁଟବଲ କପ୍ର ପ୍ରଥମ ସଂସ୍କରଣ ର ଚମ୍ପିୟନ୍ହୋଇଛି । ସୁକିନ୍ଦା ଏକାଦଶ ଚମ୍ପିୟନ୍ ଆଖ୍ୟା ଅର୍ଜନ କରିଥିବାବେଳେ ଯାଜପୁର ରୋଡ଼ର ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଗଠିତ ବ୍ୟାସ ନଗର ମିଡ଼ିଆଏକାଦଶ ରନ୍ରଅପ୍ହୋଇଥିଲା ।ଏହାପୂର୍ବରୁ ଆୟୋଜିତ ପ୍ରଥମ ସେମିଫାଇନାଲ୍ରେ ସୁକିନ୍ଦା ଏକାଦଶ ୪-୦ଗୋଲ୍ରେ ଯାଜପୁରìଟାଉନ୍ଏକାଦଶକୁ ପରାଜିତକରିଥିଲା ।ସେହିପରି ଦ୍ୱିତୀୟସେମିଫାଇନାଲ୍ରେବ୍ୟାସନଗରଏକାଦଶ ଓ କଳିଙ୍ଗନଗରଏକାଦଶ ନିର୍ଦ୍ଧର୍ାରିତ ସମୟ ମଧ୍ୟରେ କୌଣସି ଗୋଲ୍କ ରିପାରିନଥିଲେ ।ଶେଷରେ ଟାଏ ବ୍ରେକରରେ ବ୍ୟାସନଗର ଏକାଦଶ ୩-୦ ଗୋଲ୍ରେବିଜୟୀ ହୋଇଥିଲା । ଟାଟାଷ୍ଟିଲ କଳିଙ୍ଗନଗର ଅପରେସନ୍ସ ବିଭାଗ ଭାଇସପ୍ରେସିଡେଣ୍ଟ ଶ୍ରୀରାଜୀବ କୁମାର ଉକ୍ତ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ ।ଏହି ଅବସରରେ ଟାଟାଷ୍ଟିଲ କଳିଙ୍ଗନଗର କର୍ପୋରେଟ୍ସେବା ବିଭାଗମହା ପ୍ରବନ୍ଧକ ଶ୍ରୀ ଆର ଆରଶତପଥୀ, ଟାଟାଷ୍ଟିଲ କଳିଙ୍ଗନଗର ଅପରେସନ୍ସ ବିଭାଗ ମହାପ୍ରବନ୍ଧକ ଶ୍ରୀଚୈତନ୍ୟ ଭାନୁ ଓ ଟାଟାଷ୍ଟିଲଏଫ୍ଏଏମ୍ଡ଼ି ବିଭାଗ ମହାପ୍ରବନ୍ଧକ ଶ୍ରୀ ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ପୁରସ୍କାର ବିତରଣୀ ସମାରୋହରେ ଆର ଶତପଥୀ ବିଜୟୀ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ ।ବ୍ୟାସନଗରଏକାଦଶରଶ୍ରୀଜ୍ଞାନ ରଞ୍ଜନ ଓଝା ଓ ପ୍ରଭୁଦତ୍ତମହାନ୍ତି ଯଥାକ୍ରମେ ଶ୍ରେଷ୍ଠ ଗୋଲ କିପର ଓ ଶ୍ରେଷ୍ଠ ଡିଫେନ୍ସ ଭାବେ ପୁରସ୍କୃତ ହୋଇଥିଲେ ।ସେହିପରି ସୁକିନ୍ଦା ଏକାଦଶରଶ୍ରୀ ଅଶିତ କୁମାର ମହାନ୍ତଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ