ରୂପା ବ୍ୟବସାୟୀଙ୍କ ଠାରୁ ଲୁଟ୍

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ଥାନା ଅଧୀନ ମୁନିଷିପେଣ୍ଠ ଗ୍ରାମ ଛକ ନିକଟରୁ ରୂପା ବ୍ୟବସାୟୀଙ୍କ ଠାରୁ ରୂପା ମୁଣା କୁ ଦୁବୃତ୍ତ ମାନେ ଲୁଟିନେଇଛନ୍ତି । ଘଟଣାରୁ ଜଣାପଡିଛି ଯେ ଛତ୍ରପୁର ରେଡ୍ଡୀ ସାହିର ସିମାଞ୍ଚଳ ସାହୁ ରୂପା ସାମଗ୍ରୀ ବିକ୍ରି କରିବା ସକାଶେ ଏକ ଏକ୍ସଲ ଗାଡିରେ ମୁନିଷିପେଣ୍ଠ ଗ୍ରାମକୁ ଯାଇଥିଲେ । ସେହି ଗ୍ରାମର ଛକ ନିକଟରେ ସକାଳ ୯ଟା ସମୟରେ ସିମାଞ୍ଚଳ ଏକ ଚାଦୋକାନ ସମ୍ମୁଖରେ ଗାଡି ରଖି ଚା ପିଉଥିବା ବେଳେ ତିନିଜଣ ଦୁବୃତ୍ତ ଏକ ବାଇକ୍ ରେ ଆସି ଏକ୍ସଲ ଗାଡିରେ ଲାଗିଥିବା ରୂପା ମୁଣା ଟିକୁ ଝାମ୍ପିନେଇଥିଲେ । ଏହି ମୁଣାରେ ୪କେଜି ୮ଶହ ଗ୍ରାମ ରୂପା ରହିଥବାର ସିମାଞ୍ଚଳ ପ୍ରକାଶ କରିଛନ୍ତି । ସେହି ସମୟରେ ସିମାଞ୍ଚଳ ଦୁବୃର୍ତ୍ତଙ୍କ ପିଛା କରି ଦଉଡିଥିଲେ ମଧ୍ୟ ସେମାନେ ଆଖି ପୁଛୁଳାକେ ଫେରାର ହୋଇଯାଇଥିଲେ । ଏନେଇ ଛତ୍ରପୁର ଥାନାରେ ସିମାଞ୍ଚଳ ଏତଲା ଦେଇଥିଲେ । କେସନଂ ୨୦୬/୨୦୧୯ରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ