ଗଂଜାମ ପୁଲିସ ଜିଲ୍ଲାର ସ୍ୱତନ୍ତ୍ର ବୈଠକ ,ଟ୍ରାଫିକ ନୀୟମ ଉଲଂଘନକାରୀ ଜରିମାନା ଆପ୍ ଯୋଗେ ଆଦାୟ ହେବ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ସଡକ ସୁରକ୍ଷା ଓ ଟ୍ରାଫିକ କୁ କଡାକଡି ପାଳନ କରିବା ନିମନ୍ତେ ସ୍ଥାନୀୟ ଗଂଜାମ ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଗଂଜାମ ପୁଲିସ ଜିଲ୍ଲା ଓ ଗଂଜାମ ଆଞ୍ଚଳିକ ପରିବହନ ବିଭାଗର ମିଳିତ ସମନ୍ୱୟ ଏକ ସ୍ୱତନ୍ତ୍ର ବୈଠକ ଗଂଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଟ୍ରାଫିକ ନୀୟମ ଉଲଘନ କରୁଥିବା ନେଇ ଯେଉଁ ଜରିମାନା ଆଦାୟ କରାଯାଇଛି । ଏଣିକି ଅନଲାଇନ ମାଧ୍ୟମରେ ଏକ ସ୍ୱତନ୍ତ୍ର ଆପ୍ ଯୋଗ କରାଯିବା ନିମନ୍ତେ ନିଷ୍ପତ୍ତି ହୋଇଛି । ପୁଲିସ ଓ ପରିବହନ ବିଭିନ୍ନ ବିଭାଗର ସମନ୍ୱୟ ରହି ସଡକ ସୁରକ୍ଷା ରେ ଗୁରୁତ୍ୱ ଦିଆଯିବ । ଏହାସହିତ ଏହାର ବିଭିନ୍ନ ଦିଗ ଉପରେ ମଧ୍ୟ ଆଲୋଚନା କରଯାଇଥିଲ।। ଟ୍ରାଫିକ ନୀୟମକୁ ମଧ୍ୟ କଡାକଡା ପାଳନ କରିବା ସହିତ ନୀୟମ ଚେକିଂ କରିବାକୁ ଏସପି ଶ୍ରୀ ରାଏ ଉପସ୍ଥିତ ପୁଲିସ ଅଧିକାରୀ ମାନଙ୍କୁ କହିଥିଲେ । ଏହି ସ୍ୱତନ୍ତ୍ର ବୈଠକରେ ଗଂଜାମ ପୁଲିସ ଜିଲ୍ଲାର ଅତିରିକ୍ତ ଏସପି ପତିତପାବନ ଚୈାଧୂରୀ ଓ ସୀତାରାମ ଶତପଥୀ, ଡିଏସପି ସାମୁଲିସ ପ୍ରଧାନ , ଡିଆଇବି ଡିଏସପି ପି.କେ.ଦଳାଇ, ଛତ୍ରପୁର ଏସଡିପିଓ ଉକ୍ରଳ କେଶରୀ ଦାଶ, ଗଂଜାମ ଆରଟିଓ ସଂଜୟ କୁମାର ବିଶ୍ୱାଳଙ୍କ ସମେତ ବହୁ ପୁଲିସ ଓ ପରିବହନ କାର୍ଯ୍ୟାଳୟର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ