ବନ ବିଭାଗ ଯନ୍ତାରେ ଚୋରା ବାଘ ଚମଡ଼ା ମାଫିଆ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ମୟୂରଭଞ୍ଜ ଜିଲ୍ଲା ବିଶୋଇ ବନାଞ୍ଚଳ ଅନ୍ତର୍ଗତ ମଣଦା ରେଞ୍ଜ ଖେଜୁରୀ କଟାସ ଗ୍ରାମ ନିକଟରେ ଗୋଟିଏ କଲରା ପତରିଆ ବାଘ ଛାଲ ଉଦ୍ଧାର ହୋଇଛି | ରାଇରଙ୍ଗପୁର ବନଖଣ୍ଡର ଏକ ସ୍ୱତନ୍ତ୍ର ଟିମ ଉକ୍ତ ଶିକାରୀ ଓ ଚୋରା କାରାବରୀଙ୍କ ଉପରେ ଦିର୍ଘ ୨ମାସ ହେଲା ନଜର ରଖିଥିବା ବେଳେ ଆଜି ସକାଳ ୧୦ ଟା ସମୟରେ ଧରା ପଡିଥିଲା | ବିଶୋଇ ଥାନା ବଡ଼ ବାଲିଚୁଆ ଗ୍ରାମର ଲକ୍ଷ୍ମଣ ନାଏକ(୨୭)ଙ୍କୁ ତାଙ୍କ ଘର ଅଗଣାରେ ଦୁଇ ବାଘ ଚମଡ଼ା ବେପାରୀଙ୍କ ସହ ମୂଳଚାଲ କରୁଥିବାର ଖବର ବନ ଓ ବିଭାଗ ଖୁପିଆ ଏଜେନ୍ସି ପାଇଥିଲା । ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଡ଼ା. ଅରୁଣ କୁମାର ମିଶ୍ରଙ୍କୁ ନେତୃତ୍ୱରେ ଏସିଏଫ ବୈଦନାଥ ମାଝୀ, ଏସିଏଫ ନବୀନ ଚନ୍ଦ୍ର ନାୟକ, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପ୍ରମୁଖ ଶବ୍ଦରେ ବଳେ ଚଢ଼ାଉ କରିଥିଲେ | ଘଟଣା ସ୍ଥଳରେ ଗାଡି ଶବ୍ଦ ଶୁଣି ବେପାରୀମାନେ ଜଙ୍ଗଲ ଭିତରକୁ ପ୍ରାଣ ବିକଳରେ ଖସି ପଳାଇଥିବାବେଳେ ଜଣଙ୍କୁ ଗିରଫ କରିଥିଲେ । କଲରାପତରିଆ ଛାଲ ୧୧୫ ସେମି ଲମ୍ବା ଓ ୩୧ସେମି ଓସାର ହୋଇ ଥିବା ବେଳେ ଦୁଇ ୩ ମାସ ତଳେ ଶିକାର କରାଯାଇଥିବା ଜଣାପଡ଼ିଛି | ଶିକାରୀ ଚମଡା ନେଇ ଆଜି ବିକ୍ରି ପାଇଁ ମୁଲଚାଲ କରୁଥିବା ବେଳେ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା | ଶିମିଳିପାଳ ଜୈବମଣ୍ଡଳ ସଂଲଗ୍ନ ଅଂଚଳରୁ କଲରା ପତରିଆଟି ଶିକାର କରାଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ