ସ୍ବାୟତ୍ତ ଶାସନ ଦିବସକୁ କଂଗ୍ରେସର ପ୍ରଶ୍ନ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ଗତ ଦୁଇଦିନ ତଳେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ସ୍ବାୟତ୍ତ ଶାସନ ଦିବସ ମହାସମାରୋହରେ ପାଳନ କରାଗଲା ।ଜିଲ୍ଲାପାଳଙ୍କ ସମେତ ବିଏମସି କମିଶନର, ନିର୍ବାଚିତ ସାଂସଦ ଓ ବିଧାୟକଯୋଗ ଦେଇଥିଲେ । ବଡ଼ ଦୁଃଖର କଥା ଏହି ଉତ୍ସବରେ ହାତଗଣତି କିଛି ମୁଷ୍ଟିମେୟ ବିଜେଡ଼ି ଦଳର ନେତା ଓ କର୍ମୀଙ୍କୁ ଛାଡ଼ି ଦେଲେ ସହରରକୌଣସି ବୁଦ୍ଧିଜିବୀ, ଶିକ୍ଷକ, ଓକିଲ, ସାମ୍ବାଦିକ, ପୂର୍ବରୁ ନିର୍ବାଚିତ ହୋଇଥିବା ପୌର ପ୍ରତିନିଧ କିମ୍ବା କୌଣସି ରାଜନୈତିକ ଦଳର ବ୍ୟକ୍ତି ବିଶେଷଙ୍କୁ ନଡ଼ାକି ଏହି ଉତ୍ସବ ପାଳନ କରିବାର ଉଦ୍ଦେଶ୍ୟ କ’ଣ ବୋଲି ଗଞ୍ଜାମ ଜିଲ୍ଲା କଂଗ୍ରେସ ପ୍ରଶ୍ନ କରିଛି । ବ୍ରହ୍ମପୁର ମହାନଗର ନିଗମ କାହାର ପୈତୃକ ସମ୍ପତ୍ତି ନୁହେଁ । ସରକାର ଆଜି ଅଛି କାଲି ଯିବ, ବିଜେଡ଼ି କହିଲେ ସରକାର ନାହିଁ କି ସରକାର କହିଲେ ବିଜେଡ଼ି ନାହିଁ । କିନ୍ତୁ ପ୍ରଶାସନ ଏକ ନିର୍ଦ୍ଦିଷ୍ଟ ଦଳର ବୋଲକରା ସାଜି କୌଣସି ଦଳକୁ ନିମନ୍ତ୍ରଣ ନକରିବାରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ କିଛି ପ୍ରଶାସନିକ ଅଧିକାରୀ ସାମ୍ବିଧାନିକ ମାନ-ମର୍ଯ୍ୟଦାକୁ ଭୁଲିଯାଇ ଦଳୀୟ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ଯାହାକି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ମହାନଗର ନିଗମ କର୍ତ୍ତୃପକ୍ଷ ନିରପେକ୍ଷ ଭାବରେ କାମ କରୁ ଆମେ ତାକୁ ସ୍ବାଗତ କରିବୁ । କିନ୍ତୁ କର୍ତ୍ତୃପକ୍ଷ ଜାଣିବା ଉଚିତ ଯେ ପୌରସଂସ୍ଥା ଲୋକଙ୍କର, ଲୋକଙ୍କର ଝାଳବୁହା ଟଙ୍କାରେ ଏହା ଗତିଶୀଳ। ଏଣୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ଧରି କାର୍ଯ୍ୟକ୍ରମ କଲେ ଆଗାମୀ ଦିନରେ ମହାନଗର ନିଗମକୁ ଘେରାଉ କରାଯାଇ ଅଚଳ କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ତ୍ରିନାଥ ବେହେରା ଓ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ