ତହସିଲଦାରଙ୍କୁ ହତ୍ୟା ଧମକ ଦେଇ ଅଭିଯୁକ୍ତ ଗିରଫ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):  ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକଙ୍କୁ ହତ୍ୟା ଧମକ,ମାରାତ୍ମକ ଆକ୍ରମଣ ଅଭିଯୋଗରେ ପାଟପୁର ଥାନା ରାଧାଦେଇପୁର ପଞ୍ଚାୟତର ନୀଳାଞ୍ଚଳ ପାଢ଼ୀଙ୍କୁ ପାଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି | ଗତ ୨୯.୦୮.୨୦ ଦିନ ତହସିଲ ଅଫିସରେ ତହସିଲଦାର ଶ୍ରୀ ନାୟକ କର୍ମଚାରୀଙ୍କ ସହ ଆଲୋଚନା କରୁଥିବା ବେଳେ ଅଭିଯୁକ୍ତ ନୀଳାଞ୍ଚଳ ପାଢ଼ୀ ଅଫିସ ଭିତରକୁ ପଶି ଆସି ଅସଭ୍ୟ ଭାଷାରେ ଗାଳି ଦେବା ସହ ହତ୍ୟା ଧମକ ଦେଇଥିଲେ | ତହସିଲଦାର ପାଟପୁର ଡ଼ାକ ବଙ୍ଗଳାରେ ରହୁଥିବା ଜାଣି ଗେଟ ଭିତରେ ପଶିଯାଇ ଠେଙ୍ଗାରେ ମାରିବାପାଇଁ ଉଦ୍ୟମ କରୁଥିବା ବେଳେ କୌଶଳ କ୍ରମେ ତହସିଲଦାର ଖସି ପଳାଇଥିଲେ | ଏହି ଘଟଣାକୁ ନେଇ ତହସିଲଦାର ଲିଖିତ ଅଭିଯୋଗ କରିଥିଲେ,ପାଟପୁର ପୋଲିସ ୧୯୫/୨୦ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ବୁଧବାର ଦିନ ସାନଖେମୁଣ୍ଡି ବ୍ଲକ ପରିସରରେ ଜିଲ୍ଲାପାଳ, ଉପଜିଲ୍ଲାପାଳ,ବିଡ଼ିଓ, ଏମାନେ ତହସିଲଦାର ଙ୍କ ସହ ଆଲୋଚନା କରୁଥିବାବେଳେ ଅଭିଯୁକ୍ତ ତହସିଲଦାରଙ୍କୁ ଅସଭ୍ୟ ଭାଷାରେ ଗାଳି କରିଥିଲେ | ପୋଲିସ ଖବର ପାଇଁ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି | ଅଭିଯୁକ୍ତ ଙ୍କ କହିବାନୁସାରେ ପରିବାର ମଧ୍ୟରେ ସମ୍ପତ୍ତିକୁ ନେଇ କଳହ ଲାଗି ରହିଛି ଏହାର ସମାଧାନ ପାଇଁ ପ୍ରଶାସନ ପାଖରେ ଦ୍ୱାରସ୍ଥ ହୋଇ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି ଏଣୁ ନିଜର ଭାରସ୍ୟାମ ହରାଇ ଉତକ୍ଷିପ୍ତ ହୋଇ ଏଭଳି କାଣ୍ଡ ଘଟାଉଥିବାର ଶୁଣିବାକୁ ମିଳୁଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ