ଏଆର୍ ଗ୍ଲାସ୍ର ଏଥର ଭଲ ଭାବେ ଦେଖିହେବ
ପରିବେଶର ବାସ୍ତବ ଚିତ୍ରକୁ ପ୍ରଦର୍ଶିତ କରିପାରୁଥିବା ଏଆର୍ (ଆଗୁମେଣ୍ଟେଡ ରିୟଲିଟି) ଗ୍ଲାସ୍ ଦୃଷ୍ଟିଶକ୍ତି କମ୍ ଥିବା ବ୍ୟକ୍ତିଙ୍କୁ ଭଲ ଭାବେ ଦେଖିବାରେ ସାହାଯ୍ୟ କରିବ ବୋଲି ଗବେଷକମାନେ କହିଛନ୍ତି । ସାଉଥ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କେକ୍ ସ୍କୁଲ ଅଫ୍ ମେଡିସିନର ଗବେଷକମାନେ କହିଛନ୍ତି ଯେ ଏଆର୍ ଗ୍ଲାସ୍ ଦୃଷ୍ଟିଶକ୍ତି ୫୦ ପ୍ରତିଶତ ବୃଦ୍ଧି କରିପାରିବ । ଏହି ଗ୍ଲାସ୍ ବିଭିନ୍ନ ଦୃଶ୍ୟକୁ ଭଲ ଭାବେ ଧରିରଖିବାରେ ୭୦ ପ୍ରତିଶତ ସକ୍ଷମ ବୋଲି କୁହାଯାଇଛି । ଏବେ କିନ୍ତୁ ଯେଉଁମାନଙ୍କୁ ଭଲ ଦେଖାଯାଉନାହିଁ ସେମାନଙ୍କ ପାଇଁ ଭର୍ଚୁଆଲ ରିୟଲିଟି ଗ୍ଲାସ୍ ବ୍ୟବହାର କରାଯାଉଛି । ଏହା ମଧ୍ୟ ବ୍ୟବହାର କରିବା କଷ୍ଟଦାୟକ ଓ ପ୍ରଶିକ୍ଷଣର ଆବଶ୍ୟକତା ରହିଛି । କିନ୍ତୁ ଏଆର୍ ଗ୍ଲାସ ଏବେ ଏଭଳି ସମସ୍ୟା ଦୂର କରିପାରିବ ବୋଲି କହିଛନ୍ତି କେକ୍ ସ୍କୁଲର ପ୍ରଫେସର ମାର୍କ ହୁମାୟୁନ୍ ।


