ବୀର ବିନାୟକ ଦାମୋଦର ସାବରକର ଜନ୍ମ ଜୟନ୍ତୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ଖଳାଗଢିଆ ଗ୍ରାମରେ ଶ୍ରୀ ବିନାୟକ ୟୁଥ୍ କ୍ଲବ ପକ୍ଷରୁ ବୀର ବିନାୟକ ଦାମୋଦର ସାବରକରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଗ୍ରାମ୍ୟ ସଫେଇ ପୂର୍ବକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୧୦ ଜଣ କୁନି ପ୍ରତିଯୋଗୀ ଭାଗ ନେଇଥିଲେ । ବକୃତା ପ୍ରତିଯୋଗିତାରେ ରାଜସ୍ମିତା ଜେନା ପ୍ରଥମ, ସମ୍ପୂର୍ଣ୍ଣା ପଣ୍ଡା ୨ୟ, ଅନିଶା ଅଭିଲିପ୍ସା ପାତ୍ର ୩ୟ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶୁମାନ ପାତ୍ର ୧ମ, ସମ୍ପୂର୍ଣ୍ଣା ପଣ୍ଡା ୨ୟ, ହରର୍ଷିତ ଶୁକ୍ଳା ୩ୟ ସ୍ଥାନ ଅଧିକାର କରିଥିଲେ । ସନ୍ଧ୍ୟାରେ ଶ୍ରୀ ବିନାୟକ ୟୁଥ୍ କ୍ଲବର ସଭାପତି ତଥା ହିନ୍ଦୁ ଜାଗରଣ ମଞ୍ଚର ବନ୍ତ ସଂଯୋଜକ ମଳୟ ରଞ୍ଜନ ପଣ୍ଡା ବେଦପାଠ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଶିକ୍ଷାବିତ୍ ରୋହିତ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତି, ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସ୍ୱୟଂ ସେବକ ତଥା ପୂର୍ବପ୍ରାନ୍ତ ହିନ୍ଦୁ ଜାଗରଣ ମଞ୍ଚର ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ପ୍ରେମାନନ୍ଦ ବେହେରା, ସମ୍ମାନୀତ ଅତିଥି ଭାବେ ହିନ୍ଦୁ ଜାଗରଣ ମଞ୍ଚର ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ଲକ୍ଷ୍ମଣ ମୁଣ୍ଡା, ପ୍ରାକ୍ତନ ରାଜ୍ୟ କୃଷକ ମୋର୍ଚ୍ଚା କୋଷାଧ୍ୟକ୍ଷ ଶଙ୍କର୍ଷଣ ଜେନା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସୌଭାଗ୍ୟ ରଞ୍ଜନ ପଣ୍ଡା, ଶୁଭ ପ୍ରକାଶ ମହାନ୍ତି, ସତ୍ୟ ଭୂଷଣ ଗାହାଣ, ଗୋବର୍ଦ୍ଧନ ଗାହାଣ, ସୁପ୍ରିୟ ଜେନା, ଚିତ୍ତ ରଞ୍ଜନ ପଣ୍ଡା, ଭାଗ୍ୟ ରଞ୍ଜନ ପଣ୍ଡା, ଆଶିଷ ଅଂଶୁମାନ ପାତ୍ର, ଅସିତ୍ ଅଂଶୁମାନ ପାତ୍ର, ପ୍ରଭାସ ମହାନ୍ତି, ଗିରିଶ ମହାନ୍ତି, ଦୁର୍ଯ୍ୟେଧନ ଗାହାଣ, ବିକାଶ ମହାନ୍ତି, ଜଗବନ୍ଧୁ ବେହେରା, ସତ୍ୟସାଇ ଜେନା, ବିଜୟ କୁମାର ଜେନାଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ