ହସନକୁ ୪ ଦିନିଆ ଟ୍ରାନଜିଟ ରିମାଣ୍ଡରେ ନେଲା ୟୁପି ପୋଲିସ
କଟକ, (ଦୀପକ୍ କୁମାର ବେଉରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ,ଉତ୍ତର ପ୍ରଦେଶ ର ଜଣେ ବିଶ୍ବ ହିନ୍ଦୁ ପରିଷଦ ନେତାଙ୍କ ନାଁ ରେ ସୋସିଆଲ ମିଡିଆ ରେ ଆପତ୍ତି ଜନକ ମନ୍ତବ୍ୟ ଦେବା ଘଟଣା କଟକ ସାଲେପୁର ର ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଆପତ୍ତିଜନକ ମନ୍ତବ୍ୟ ଦେବା ଏବଂ ଭିଏଚପି ନେତାଙ୍କୁ ଫୋନ ଯୋଗେ ଧମକ ଚମକ ଦେବା ଘଟଣାରେ ସମ୍ପୃକ୍ତ ଯୁବକ ସୟଦ ହସନ ଅହମ୍ମଦକୁ ଗତକାଲି ଉତ୍ତର ପ୍ରଦେଶ ପୋଲିସ ଗିରଫ କରିଥିବା ବେଳେ ଆଜି ତାକୁ ୪ ଦିନିଆ ଟ୍ରାନଜିଟ ରିମାଣ୍ଡରେ ନେଇଛି।
ଫେସବୁକ ରୁ ନମ୍ବର ସଂଗ୍ରହ କରି ଉତ୍ତର ପ୍ରଦେଶ ର ଜଣେ ବିଶ୍ବ ହିନ୍ଦୁ ପରିଷଦ ର ଜିଲ୍ଲା ଅଧକ୍ଷ କୂଳଦୀପ ପାଞ୍ଚାଲ ଙ୍କୁ ଫୋନ ଯୋଗେ ଜୀବନ ରୁ ମାରିଦେବାକୁ ଧମକ ଦେବା ସହ ଭାରତ ମାତା ପ୍ରତି ଆପତ୍ତି ଜନକ ଶବ୍ଦ ପୋଷ୍ଟ କରିବା ଏପରି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ର ମୂଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କ ବିରୁଦ୍ଧରେ କଟୁ ମନ୍ତବ୍ୟ ସୋସିଆର ମିଡିଆ ରେ ବାରମ୍ବାର ପୋଷ୍ଟ କରି ଅଡୁଆ ରେ କଟକ ସାଲେପୁର ର ଯୁବକ ସୟଦ ହସନ ଅହମ୍ମଦ। ଏ ନେଇ ଭିଏଚପି ର ନେତା କୂଲଦୀପ ପାଞ୍ଚାଲ ଉତ୍ତର ପ୍ରଦେଶ ପୋଲିସ ନିକଟରେ ଲିଖିତ ଅଭିଯୋଗ ଆଣିବା ପରେ ଉତ୍ତର ପ୍ରଦେଶ ପୋଲିସ ସୟଦ ର ଫୋନ ଟ୍ରେସିଂ କରିଥିଲା ଏବଂ ଯୁବକ ଜଣକ କଟକ ଜିଲ୍ଲା ସାଲେପୁର ଥାନା କୁସମ୍ଭି ଗାଁର ବୋଲି ଜଣାପଡିଥିଲା। ଆଉ ସାଲେପୁର ପୋଲିସ ସହାୟତା ରେ ଗତକାଲି ରାତିରେ ତାକୁ ଉତ୍ତର ପ୍ରଦେଶ ପୋଲିସ କାବୁ କରିବା ପରେ ତାକୁ ଆଜି କଟକ ର ସିଜେଏମ କୋର୍ଟ ରେ ଉପସ୍ଥାପନ କରିଥିଲା । ଉତ୍ତର ପ୍ରଦେଶ ସିଙ୍ଗାବାଲି ପୋଲିସ ପାଖରେ ୱାରେଣ୍ଟ ନ ଥିବାରୁ ତାଙ୍କୁ ସାଲେପୁର ଜେଏମଏଫସି କୋର୍ଟ ରେ ଉପସ୍ଥାପନ କରିବା ପାଇଁ କହିଥିଲେ ସିଜେଏମ। ଆଉ ପରେ ପରେ ତାକୁ ଟ୍ରିନଜିଟ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା ଉତ୍ତର ପ୍ରଦେଶ ପୋଲିସ। ଯାହାକୁ ଉପରେ ବିଚାର କରି ସାଲେପୁର ଜେଏମଏଫସି ଅଦାଲତ ତାକୁ ୪ ଦିନିଆ ଟ୍ରିନଜିଟ ରିମାଣ୍ଡରେ ନେବା ପାଇଁ ଅନୁମତି ପ୍ରଦାନ କରିଛି। ଅପରପଟେ ସୟଦଙ୍କ ନାଁ ରେ ଆସିଥିବା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ବାପା ରସିଦ ଅହମ୍ମଦ। ତାଙ୍କ କହିବା ଅନୁସାରେ ସୟଦଙ୍କର ପୂର୍ବରୁ କୌଣସି ପ୍ରକାର ର ଏଭଳି ରେକର୍ଡ ସ୍ଥାନରେ କିମ୍ବା ଥାନାରେ ମଧ୍ୟ ନାହିଁ। ସେ କେବେ ବି ଏଭଳି କୌଣସି କାର୍ଯ୍ୟ କରି ନ ଥିବ। ତାଙ୍କ ବାପାଙ୍କ କହିବା ଅନୁଯାୟୀ ଉତ୍ତର ପ୍ରଦେଶ ର ବାଗପଥ ର ସିଙ୍ଗାପାଲି ରୁ ଆସିଥିବା ପୋଲିସ ତାଙ୍କୁ ଗତକାଲି ଡାକି କହିଥିଲେ କି ସୟଦ ସୋସିଆଲ ମିଡିଆ ରେ ଆପତ୍ତି ଜନକ ମନ୍ତବ୍ୟ ଦେବା ସହ ଫୋନ ରେ ଧମକ ଚମକ ଦେଇଛି। ହେଲେ ସେ ତାହାକୁ ଆଦୌଁ ଗ୍ରହଣ କରିପାରୁନାହାଁନ୍ତି । ଯଦି ଏଭଳି କିଛି ହୋଇଥିବ ତାହା ହେଲେ କେବଳ ଗୋଟିଏ ପଟୁ ହୋଇ ନ ଥିବ ନିଶ୍ଚିତରୂପେ ଉଭୟ ପରସ୍ପରକୁ ଗାଳିଗୁଲଜ କରିଥିବେ ବୋଲି କହିଛନ୍ତି ସୟଦଙ୍କ ବାପା ରସିଦ ହସନ। ଉତ୍ତର ପ୍ରଦେଶ ର ବାଗପଥ କେଉଁଠି କଟକ ର ସାଲେପୁର କେଉଁଠି ୩ ରୁ ୪ ହଜାର କିଲୋମିଟର ଦୂର ରେ ଜଣେ ଅଜଣା ବ୍ୟକ୍ତିଙ୍କୁ ଧମକ ଚମକ ଦେବା ଏହା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।