ତୃଣମୂଳ ସ୍ତରୀୟ ପ୍ରଶିକ୍ଷଣ ଶିବିର
ବନ୍ତ,(ଚାନ୍ଦିନୀ ମହାନ୍ତି) : ଶୁକ୍ରବାର ବନ୍ତ ବ୍ଲକ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ପରିସରରେ ବୀଣାପାଣି ସଂଗୀତ ପରିଷଦ, ବରଡେଶ୍ୱର ପକ୍ଷରୁ ତୃଣମୂଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ନାବାର୍ଡ ଆନୁକୂଲ୍ୟରେ ଆୟୋଜିତ ଶିବିରରେ ସିଡିପିଓ ରେଣୁବାଳା ଦାଶ, ସହକାରୀ ଉଦ୍ୟାନ ଅଧିକାରୀ ପାୟଲ ଚୌଧୁରୀ, ବି.ଏଲ୍.ସି ବନଜ କୁମାର ବାରିକ, ମିଶନଶକ୍ତିର ବିପିସି ଚିରଞ୍ଜୀବ୍ ଦାସ ଯୋଗ ଦେଇ ମହିଳା ମାନଙ୍କୁ ତୃଣମୂଳ ସ୍ତରରେ ବିଭିନ୍ନ ନଥିପତ୍ର, ଛତୁଚାଷ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରଶିକ୍ଷକ ଭାବେ ଗଜେନ୍ଦ୍ର ବେହେରା ଯୋଗ ଦେଇଥିଲେ । ମୁଖ୍ୟ ସଂଯୋଜକ ପଦ୍ମଲୋଚନ ଦତ୍ତଙ୍କ ପରିଚାଳନାରେ ଅନୁଷ୍ଠିତ ଶିବିରରେ ୩୫ ଜଣ ମହିଳା ତାଲିମ ନେଇଥିଲେ ।


