ମହାନ୍ତିପଡା ପଞ୍ଚାୟତରେ ମାସିକ ବୈଠକ ଅନୁଷ୍ଠିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ମହାନ୍ତିପଡା ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ନିୟମିତ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ସୁକାନ୍ତୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା, ନାଏବ ସରପଞ୍ଚ ଜଗନ୍ନାଥ ବେହେରା. ୱାର୍ଡ ସଭ୍ୟା ସ୍ୱର୍ଣ୍ଣଲତା ବାରିକ, ସଞ୍ଜୁଲତା ସାହୁ, ଲଳିତା ନାଏକ, ବନଜ୍ୟୋତ୍ସ୍ନା ଦାସ, ବନିତା ସାହୁ, ସୁକାନ୍ତୀ ସାହୁ, ପ୍ରଦୀପ ମହାରଣା, ଜଗନ୍ନାଥ ବେହେରା ଯୋଗ ଦେଇଥିଲେ । ବୈଠକରେ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ସମସ୍ତ ଅସଂପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ଯଥାଶିଘ୍ର ସଂପୂର୍ଣ୍ଣ କରାଯିବା ସହିତ ୨୦୨୦-୨୧ ମସିହା ପାଇଁ ମଞ୍ଜୁର ପ୍ରକଳ୍ପ ଗୁଡିକର କାର୍ଯ୍ୟାରମ୍ଭ ସହିତ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱାରାନ୍ୱିତ କରିବା ପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା । ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରି ବୋନସ୍ ଅର୍ଥ ନେବାକୁ ପରାମର୍ଶ ଦିିଆଯାଇଥିଲା । ମହାନ୍ତିପଡା ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବାଲିଘାଟରୁ ବାଲି ନଉଠାଇବା ପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା । ବାଲି ଉଠା ଗଲେ ସାଳନ୍ଦୀ ନଦୀ ଉପରେ ନିର୍ମିତ ପୋଲଟି ଧସି ପଡିବା ସହିତ ବହୁବିଧ କ୍ଷତି ହେବାର ସମ୍ଭାବନା ଥିବାରୁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯିବା ନିମନ୍ତେ ଅଧ୍ୟକ୍ଷଙ୍କୁ ଦାୟୀତ୍ୱ ଦିଆଯାଇଥିଲା । ବୈଠକରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଗୀତାରାଣୀ ପାଣିଗ୍ରାହୀ ଓ ଜିଆରଏସ୍ ସୁବୋଧ ରାଉତ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ