ନାଉଗାଁ ବ୍ଳକରେ ଡେରିକି ଅଙ୍ଗନଓାର୍ଡି କେନ୍ଦ୍ର ଲାଗିଛି ଭଡାରେ

ନାଉଗାଁ, (ଓ୍ବାଇଏନ୍ଏସ୍):କୋମଳମତି ଶିଶୁକୁ ଅପପୃଷ୍ଟିରୁ ରକ୍ଷା କରିବା ସହି ବିଦ୍ୟାଳୟାଭିମୁଖି କରିବା ପାଇଁ ସରକାରଙ୍କ ପକ୍ଷରୁ ଖୋଲାଯାଇଛି ଅଙ୍ଗନୱାର୍ଡୀ କେନ୍ଦ୍ର । ଏହି କେନ୍ଦ୍ର ଗୁଡିକ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ରହିଥିବା ବେଳେ କେତେକ ରାଜସ୍ୱ ଗ୍ରାମରେ ଏକାଧିକ କେନ୍ଦ୍ର ରହିଅଛି । ଏହି କେନ୍ଦ୍ରରେ ଜଣେ କର୍ମୀ ନିଯୁକ୍ତି ପାଇଥିବା ବେଳେ ଜଣେ ସହାୟୀକା ମଧ୍ୟ ରହିଛନ୍ତି । ଏହି କେନ୍ଦ୍ରରେ ପିଲାମାନଙ୍କୁ ବିଭିନ୍ନ ଖେଳ ଓ ଖେଳଣା ମାଧ୍ୟମରେ ନାଚ,ଗୀତ ସହିତ ପାଠ ପଢାର ବ୍ୟବସ୍ଥା ରହିଛି । କେବଳ ସେତିକି ନୁହେଁ ପିଲାର ଓଜନ, ପୃଷ୍ଟିକର ଖାଦ୍ୟ,ପୋଷକ ମଧ୍ୟ ଏହି କେନ୍ଦ୍ର ମାଧ୍ୟମରେ ପିଲାମାନଙ୍କୁ ପ୍ରଦାନ କରାଯାଇଥାଏ । କେନ୍ଦ୍ର ଗୁଡିକରେ ମମତା ଦିବସ,ପୃଷ୍ଟିକର ଦିବସ ଆଦି ପାଳନ କରାଯିବା ସହ ଗର୍ଭବତୀ ମା, ଛୋଟ ପିଲାମାନଙ୍କର ସ୍ୱାସ୍ଥ୍ୟ ଯାଂଚ ମଧ୍ୟ କରାଯାଇଥାଏ । ସ୍ୱାସ୍ଥ୍ୟ ସଂପର୍କିତ ବିଭିନ୍ନ ସଚେତନ ମୂଳକ କାର୍ଯ୍ୟକ୍ରମ ଏହି କେନ୍ଦ୍ର ମାଧ୍ୟମରେ କରାଯାଇଥାଏ । ସବୁଠାରୁ ଗୁରୁତ୍ୱପୂନ୍ନ ବିଷୟ ହେଲୋ ଉକ୍ତ କେନ୍ଦ୍ର ମାଧ୍ୟମରେ ଛୋଟ ଶିଶୁ ମାନଙ୍କୁ ବିଦ୍ୟାଳୟାଭିମୁଖି କରିବା ପାଇଁ ସରକାର ଙ୍କର ବଡ ପ୍ରୟାସ ଅଟେ । ନାଉଗାଁ ବ୍ଳକରେ ସର୍ବମୋଟ ୧୧୯ ଅଙ୍ଗନୱାର୍ଡୀ କେନ୍ଦ୍ର ରହିଥିବା ବେଳେ ସେଥି ମଧ୍ୟରୁ ୯ଟି ମିନି ଅଙ୍ଗନଓାର୍ଡୀ କେନ୍ଦ୍ର ରହିଛି । ୧୧୯ ଟି କେନ୍ଦ୍ର ମଧ୍ୟରୁ ୩୯ଟି କେନ୍ଦ୍ରରେ ନିଜସ୍ୱ କେନ୍ଦ୍ର ଥିବା ବେଳେ ଅନ୍ୟ ଗୁଡିକରେ ନିଜସ୍ୱ ଗୃହ ନାହିଁ । କେଉଁଠି କେନ୍ଦ୍ର ଗୁଡିକ ଭଡାରେ ଚାଲିଛି ତ କେଉଁଠି କର୍ମୀଙ୍କ ଘରେ ଚାଲିଥିବା ଦେଖାଯାଇଛି । ଏପରି ସ୍ଥଳେ ଉକ୍ତ ବ୍ଳକରେ ଅଙ୍ଗନୱାର୍ଡୀ କେନ୍ଦ୍ର ଭଡା ଲାଗିଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଡେରିକି ପଂଚାୟତର ଡେରିକି ଅଙ୍ଗନୱାର୍ଡୀ କେନ୍ଦ୍ର ନଂ -୧ ଘରୋଇ ଟିୟୁସନ ଶିକ୍ଷକଙ୍କୁ ଭଡା ଲାଗିଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ସବୁଠାରୁ ଗୁରୁତ୍ୱପୂନ୍ନ କଥା ହେଲା କେନ୍ଦ୍ର ଗୁଡିକରେ ପିଲାମାନଙ୍କର ଖାଦ୍ୟ ସାମଗ୍ରୀ ରହୁଥିବା ବେଳେ କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ରହୁଅଛି । ତେବେ ଉକ୍ତ କେନ୍ଦ୍ରକୁ କାହା ଇଙ୍ଗିତରେ ଭଡାରେ ଦିଆ ଯାଇଛି ତାହା ତଦନ୍ତ ସାପେକ୍ଷ ବୋଲି ବୁଦ୍ଧିଜୀବ ମାନେ ମତବ୍ୟକ୍ତ କରିଛନ୍ତି । ଅପରପକ୍ଷେ ବର୍ତମାନ କରୋନା ମହାମାରୀ ଠାରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଶିକ୍ଷାନୁଷ୍ଠାନ, ଘରୋଇ କୋଚିଂ ସେଂଟର ଆଦି ଉପରେ କଟକଣା କରାଯଇା ବନ୍ଦ ରଖାଯାଇଥିବା ବେଳେ ଉକ୍ତ କେନ୍ଦ୍ରରେ କିପରି ଭାବେ ଘରୋଇ ଟିୟୁସନ ଚାଲୁ ରହିଛି । ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ଉକ୍ତ କେନ୍ଦ୍ରଟି କାହା ଇଙ୍ଗିତରେ ଭଡାରେ ଦିଆଯାଇଛି ଓ ଉକ୍ତ ଭଡା ଅର୍ଥ କେଉଁ ଆଧାରରେ ଖର୍ଚ୍ଚ କରାଯାଉଛି ତାହାକୁ ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି । ଏ ବିଷୟରେ ନାଉଗାଁ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ରାସେଶ୍ୱରୀ ମହାନ୍ତିଙ୍କ ସହ ଯୋଗା ଯେଗା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ