କରୋନା ଅକ୍ରାନ୍ତ ଯୋଗୁଁ ପରୀକ୍ଷା ନଦେଇ ଫେରିଲେ ବିଦ୍ୟାର୍ଥି
ଗଞ୍ଜାମ,(ଓ୍ବାଇଏନ୍ଏସ୍):ଗଞ୍ଜାମ ସହରର କରୋନା ଅକ୍ରାନ୍ତ ଜୈନିକ ମେଧାବୀ ବିଦ୍ୟାର୍ଥୀ ଜେଇଇ ମେନନ ପରୀକ୍ଷା ଦେବା ପାଇଁ ପରୀକ୍ଷା ଗାଇଡ଼ଲାଇନ ଓ ସରକାରୀ ନିୟମ ଅନୁସାରେ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ନଦେଇ ଫେରିବା ଘଟଣାରେ ମେଧାବୀ ବିଦ୍ୟାର୍ଥୀ ଜଣକ ମାନସିକ ଭାବେ ଭାଙ୍ଗିପଡିଥିବା ଦେଖାଯାଇଛି ।
ଏନେଇ ବିଦ୍ୟାର୍ଥୀ ଜଣକ ପରୀକ୍ଷା ପରିଚାଳନା କରୁଥିବା ଏନଟିଏ ନିର୍ଦ୍ଦେଶ ଙ୍କୁ ଲିଖିତ ଅବଗତ କରାଇଥିବା ବେଳେ ଅନ୍ୟପଟେ ବିଦ୍ୟାର୍ଥି ଙ୍କ ଅଭିଭାବକ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି ।
ଗଞ୍ଜାମ ସହର ସାମନ୍ତରାୟ ସାହି ବାସିନ୍ଦା ଲଷ୍ମୀ ପାଢ଼ୀ ଙ୍କ ପୁଅ ସୋମ୍ୟରଞ୍ଜନ ପାଢ଼ୀ ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ ବିଜେବି ମହାବିଦ୍ୟାଳୟ ର ଛାତ୍ର ଥିବାବେଳେ , ପିଲାବେଳୁ ସେ ଜଣେ ମେଧାବୀ ଛାତ୍ର ଅଟନ୍ତି । ଗତ ବୁଧବାର ଦିନ ହୋଇଥିବା ଜେଇଇ ମେନନ ପରୀକ୍ଷା ଦେବା ପୂର୍ବରୁ ସେ କରୋନା ରେ ଅକ୍ରାନ୍ତ ହୋଇଥିଲେ । ମାତ୍ର ଜାତୀୟ ସ୍ତରରେ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ନେସନାଲ ଟେଷ୍ଟି ଏଜେନ୍ସି (ଏନଟିଏ)ର ନିର୍ଦ୍ଦେଶ ପ୍ରକାରେ କରୋନା ପଜେଟିଭ ପରୀକ୍ଷାର୍ଥୀ ଙ୍କ ପାଇଁ ସ୍ୱତନ୍ତ୍ର ଆଇସୋଲେସନ ରୁମ ବେବ୍ୟବସ୍ଥା କରାଯିବା ପାଇଁ ନିର୍ଦ୍ଦେଶ କରାଯାଇଥିଲା ।ଏହି ଗାଇଡ ଲାଇନ ଅନୁସାରେ କରୋନା ଅକ୍ରାନ୍ତ ମେଧାବୀ ଛାତ୍ର ସୌମ୍ୟରଂଜନ ତାକୁ ପଡ଼ିଥିବା ବ୍ରହ୍ମପୁର ଗୋଳନ୍ଥରା ନିକଟସ୍ଥ ରୋଲାଣ୍ଡ ଇନଷ୍ଟିଚ୍ୟୁଟ ଅପ ଟେକ୍ନୋଲୋଜି ପରୀକ୍ଷା କେନ୍ଦ୍ର ର ନୋଡ଼ାଲ ଅଫିସର, ଜିଲ୍ଲାପ୍ରଶାସନ ଓ ସରକାର , ପ୍ରଶାସନ ତରଫରୁ ଜାରିହୋଇଥିବା ଟେଲିଫୋନ ନମ୍ବର ରେ ଅଧିକାରୀ ଙ୍କ ସହ ପରୀକ୍ଷା ପୂର୍ବରୁ ବାରମ୍ବାର ଆଲୋଚନା କରିବା ସହ ସେମାନେ କହିବା ଅନୁସାରେ ବିଭିନ୍ନ କାଗଜପତ୍ର ଦାଖଲ କରିଥିଲା ଅଧିକାରୀ ଙ୍କ ପାଖରେ । ପରୀକ୍ଷା ଦିନ ପ୍ରଶାସନ ତରଫରୁ ସୌମ୍ୟରଂଜନ ଙ୍କୁ ଏକ ସ୍ୱତନ୍ତ୍ର କୋଭିଡ଼ି ଆମ୍ବୁଲାନ୍ସ ରେ କୀଟପିନ୍ଧାଇ ନେଇଥିଲେ ପରୀକ୍ଷା କେନ୍ଦ୍ରକୁ । ମାତ୍ର ସେଠାରେ ପରୀକ୍ଷା ଦାୟିତ୍ୱ ରେ ଥିବା ଅଧିକାରୀ ପରୀକ୍ଷା ଦେଇପାରିବନି, ପୁଣି ସ୍ୱତନ୍ତ୍ର ପରୀକ୍ଷା ବେବ୍ୟବସ୍ଥା କରାଯାଇ ଡକାଯିବ ବୋଲି ଲିଖିତ ଭେବେ ଦେଇ ଆମ୍ବୁଲାନ୍ସ ରେ ଆସିଥିଲା ସେଥିରେ ହିଁ ଘରକୁ ପଠାଇଦେଇଥିଲେ.। ଯାହାକୁ ନେଇ ଉଠିଛି ପ୍ରଶ୍ନବାଚି । ଯଦି ପରୀକ୍ଷା ପାଇଁ ସ୍ୱତନ୍ତ୍ର ବେବ୍ୟବସ୍ଥା କରାଯିବାର ଥିଲା ତେବେ ପରୀକ୍ଷା ପରିଚାଳନା କରୁଥିବା ନୋଡ଼ାଲ ଅଧିକାରୀ ପରୀକ୍ଷା ଦେବାକୁ କାହିଁକି ବାରଣ କଲେ ? ପ୍ରଶାସନ କଣ ପାଇଁ ସ୍ୱତନ୍ତ୍ର ଆମୁଳସେନ୍ସ ବେବ୍ୟବସ୍ଥା କରି ସ୍ୱତ୍ୱନ୍ତ୍ର କୀଟ ପିନ୍ଧାଇ ଛାତ୍ର ଙ୍କୁ ନେଲା ପରୀକ୍ଷା କେନ୍ଦ୍ରକୁ ? ସେଠାରେ ଏମିତି କଣ ହେଲା ହଟାତ ତାକୁ ପରୀକ୍ଷା ଦେବାକୁ ମନାକରାଗଲା ।ଏନିୟମ ଏହି ପରୀକ୍ଷା କେନ୍ଦ୍ରପାଇଁ ନା ସବୁ କେନ୍ଦ୍ର ପାଇଁ ଲାଗୁହୋଇଛି? ଯାହାକୁ ନେଇ ନାନା ପ୍ରଶ୍ନ ଉଠୁଛି ପରୀକ୍ଷା ରୁ ବଞ୍ଚିତ ହେବା ପରେ ମେଧବୀ ଛାତ୍ର ସୌମ୍ୟରଂଜନ ଏକ ପ୍ରକାର ମାନସିକ ଚିନ୍ତାରେ ଭାଙ୍ଗିପଡିଛନ୍ତି । ଏନେଇ ସେ ପରୀକ୍ଷା ପରିଚାଳନା କରୁଥିବା ଏନଟିଏ କର୍ତ୍ତୃପକ୍ଷ ଙ୍କୁ ତାଙ୍କର ମାନସିକ ଅବସ୍ଥା ସମ୍ପର୍କରେ ଲିଖିତ ଆବଗତ କରାଇଛନ୍ତି । ଅନ୍ୟପକ୍ଷରେ ତାଙ୍କର ଅଭିଭାବକ ତଥା ବାପା ମୋର ପୁଅର ଭବିଷ୍ୟତରେ କଣ ହେଲେ ସେମାନେ ଦାଇରହିବେ ବୋଲି ଅଭିଯୋଗ କରି ମାନବାଧିକାର କମିଶନଙ୍କ ଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି ।