ଇଁରାଜୀ ବିଭାଗ ପକ୍ଷରୁ ସମ୍ପସାରିକ ଓ ପାଠଚକ୍ର କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଞାନ ମହାବିଦ୍ୟାଳୟ ଓ ୟୁଜିସିର ମିଳିତ ସହଯୋଗରେ ୨ ଦିନ ଧରି ସମ୍ପସାରିତ କାର୍ଯ୍ୟକ୍ରମ ଓ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ଅନୁଷ୍ଠିତ ସମ୍ପସାରିତ କାର୍ଯ୍ୟକ୍ରମ ହିଞ୍ଜିଳିକାଟୁ ବ୍ଳକ ନିମିର୍ଗା ଦଣ୍ଡପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ସିଏଚ ଚନ୍ଦ୍ରଶେଖର ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶୁଭ ଉଦଘାଟନ କରିଥିଲେ । ଇଁରାଜୀ ଭାଷାର ବ୍ୟବହାର , ଲିଖନ ଓ ପ୍ରଧାନ୍ୟତା ସମ୍ପର୍କରେ ବିଦ୍ୟାଳୟର ଶିକ୍ଷାର୍ଥୀ ମାନଙ୍କୁ ସରଳୀକରଣ ମାଧ୍ୟମରେ ଅବଗତ କରାଯାଇଥିଲା । ୨ୟ ଦିବସରେ ଅନୁଷ୍ଠିତ ପାଠଚକ୍ର କାର୍ଯ୍ୟକ୍ରମ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ଼ଃ. ଅଶ୍ୱିନ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପାଠଚକ୍ରକୁ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଇଁରାଜୀ ବିଭାଗୀୟ ପ୍ରାଧ୍ୟାପକ ଡ଼ଃ. ରାମ ନାରାୟଣ ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ, ପୃଷ୍ଟି ମଂଚାସୀନ ଥିଲେ ।ଅଧ୍ୟାପକ ଲକ୍ଷ୍ମଣ କୁମାର ବଳିୟାର ସିଂ ବାର୍ଷିକ ବୀବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ପଣ୍ଡା ଏକବିଂଶ ଶତାଦ୍ଧୀରେ ପ୍ରଚଳିତ ଇଁରାଜୀ ସାହିତ୍ୟର କ୍ରମ ବିକାଶ ସମ୍ପର୍କରେ ସ୍କର୍ନ୍ଧଭ ପାଠ କରିଥିଲେ । ପରବର୍ତୀ ସମୟରେ ଏକ ପ୍ରଶ୍ନୋ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଅଧ୍ୟାପିକା ସୌମ୍ୟା ସାମନ୍ତ, ମନୋରଂଜନ ସାହୁ ପରିଚାଳନା କରିଥିଲେ । ରାଜେଶ କୁମାର ସାହୁ, ପ୍ରକାଶ ଚନ୍ଦ୍ର ବେହେରା,ସନ୍ତୋଷ କୁମାର ବେହେରା, କମଳକାନ୍ତ ପଣ୍ଡା, କିଶାନ ପାତ୍ର, ସୁନିଳ ସେଠି, ଭାଗ୍ୟଶ୍ରୀ ସାହୁ, ପୂଜା କୁମାରୀ ନାୟକ, ସାଇ ଗୌଡ଼, ଗୌରି ସ୍ୱାଇଁ, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ