ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ବୃକ୍ଷରୋପଣ
ବାଲେଶ୍ୱର (ସରୋଜ ପଣ୍ଡା): ସାମାଜିକ କର୍ତ୍ତବ୍ୟନିର୍ବାହର ଅଂଶସ୍ୱରୂପ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲେଶ୍ୱର ଜିଲ୍ଲା ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ରଣସାହିସ୍ଥିତ ୟୁନିୟନ୍ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ସଂଘର ସଭାପତି ଇଂ. ବନମାଳୀ ନାୟକ, ସାଧାରଣ ସମ୍ପାଦକ ଦାମୋଦର ନାୟକ, ଉପସଭାପତି ସୁଦର୍ଶନ ଦାସ ଓ ଦେବେନ୍ଦ୍ର ଚୌଧୁରୀ, ସଂଗଠନ ସମ୍ପାଦକ ସଞ୍ଜୟ ପଣ୍ଡା, ଅର୍ଥ ସମ୍ପାଦକ ଯୁଧିଷ୍ଠିର ନନ୍ଦ, ଯୁଗ୍ମ ସମ୍ପାଦକ ସାବିତ୍ରୀ ଦାସ ଓ ରବୀନ୍ଦ୍ର ମହାନ୍ତି ତଥା ବରିଷ୍ଠ ଉପଦେଷ୍ଟା ଜ୍ଞାନେନ୍ଦ୍ର ସାହୁ ଓ ଗୌରପ୍ରିୟ ମିଶ୍ରଙ୍କ ତତ୍ତ୍ୱାବଧାନରେ ସଂଘର ସଦସ୍ୟ ସଦସ୍ୟାମାନେ ବିଭିନ୍ନ ଫଳଚାରା ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ, ପୁରାତନ ଛାତ୍ର ସଂସଦର ସଭାପତି ରବୀନ୍ଦ୍ର ଦାସଙ୍କ ସହିତ ସଂଘର ସଦସ୍ୟ ସଦସ୍ୟା ସୁଶାନ୍ତ ନାୟକ, ଜ୍ୟୋତ୍ସ୍ନା ରାୟ, ରୀତା ରାୟ, ସଞ୍ଜୟ ପଣ୍ଡା, ରବିନାରାୟଣ ବେହେରା, ଭବେଶ ପଣ୍ଡା, ବସନ୍ତ କୁମାର ନାୟକ, ରବିନାରାୟଣ ପାତ୍ର, ଭବେଶ ପଣ୍ଡା, ରେଣୁବାଳା ଦାସ, ପ୍ରଭାତି ସେଠୀ, ଭାସ୍କର ମିଶ୍ର, ଯୋଗେନ୍ଦ୍ର ସିଂହ, ହରେକୃଷ୍ଣ ପଲେଇ, ଅନାଦି ବେହେରା ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ସଙ୍କ ସଭାପତିତ୍ୱରେ ଏକ ସଭାରେ ସଂଘର କର୍ମକର୍ତ୍ତାମାନେ ମଞ୍ଚାସୀନ ଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ‘ବୃକ୍ଷରୋପଣ କାର୍ଯ୍ୟକ୍ରମ କେବଳ ଏକ ଔପଚାରିକତା ନା ସାମାଜିକ ଦାୟିତ୍ୱ’ ଶୀର୍ଷକ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସଂଘର କାର୍ଯ୍ୟକାରୀ ସମିତି ସଦସ୍ୟା ଗୀତାଞ୍ଜଳି ଶତପଥୀ, ସଦସ୍ୟ ବୀରକିଶୋର ମିଶ୍ର ଓ ବିଦ୍ୟାଳୟର ଶିକ୍ଷୟିତ୍ରୀ ପୁଣ୍ୟତୋୟା ପଣ୍ଡା ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ପ୍ରତିଯୋଗିତାରେ ଆକାଂକ୍ଷା ବେହେରା ପ୍ରଥମ, ସାଇଶ୍ରଦ୍ଧା ପାତ୍ର ଦ୍ୱିତୀୟ ଓ ସ୍ନିଗ୍ଧାରାଣୀ ସାମଲ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେମାନଙ୍କୁ ସଂଘଦ୍ୱାରା ପୁରସ୍କୃତ କରାଯାଇଥିଲା। ସଂଘର କର୍ମକର୍ତ୍ତାମାନେ ବୃକ୍ଷରୋପଣ ସମ୍ବନ୍ଧୀୟ ଉପଯୋଗୀ ବକ୍ତବ୍ୟ ରଖିଥିଲେ। ଉପସଭାପତି ଦେବେନ୍ଦ୍ର ଚୌଧୁରୀ ସମସ୍ତଙ୍କର ସକ୍ରିୟ ସହଯୋଗ ନିମନ୍ତେ ଧନ୍ୟବାଦ ଦେଇଥିଲେ।


