ସ୍ୱତନ୍ତ୍ର ସଘନ ସଂଶୋଧନର ଜନ ଶୁଣାଣି

ହାଟଡିହି (ଓ୍ବାଇଏନଏସ): ଭାରତ ନିର୍ବାଚନ କମିଶନଙ୍କ ନିର୍ଦେଶ କ୍ରମେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସଂଯୋଜନାରେ ଚାଲୁ ରହିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ରେ ଜନ ଶୁଣାଣି ପ୍ରକ୍ରିୟା ଆଜି ହାଟଡିହି ବ୍ଲକ ବଙ୍ଗୋର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି। ଏଥିରେ ବଙ୍ଗୋର ପଞ୍ଚାୟତ ଅଧିନସ୍ଥ ୫ଗୋଟି ବୁଥର ୮୨ଜଣ ଅନ ମ୍ୟାପ ୨୦୦୨ ତାଲିକା ସହ ଲିଙ୍କ ହୋଇ ନଥିବା ଭୋଟର ମାନଙ୍କର ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଶୁଣାଣି କାର୍ଯ୍ୟକ୍ରମ ରେ ବିଡ଼ିଓ ରଞ୍ଜନ କୁମାର ପରିଡା, ଏବିଡ଼ିଓ ରଶ୍ମିରେଖା ନାଇକ, ଜିପି ଡିଓ ଦେବଜ୍ୟୋତି ଦାଶ, ପ୍ରଶିକ୍ଷକ ଜିତେନ୍ଦ୍ର କୁମାର ବେହେରା, ସହାୟକ ଦୀପକ କୁମାର ବାରିକ ପ୍ରମୁଖ ଯୋଗଦେଇ ଭୋଟର ମାନଙ୍କ ଅଭିଯୋଗ ଶୁଣିବା ସହିତ କମିଶନ ଙ୍କ ଦ୍ୱାରା ନିର୍ଦ୍ଧାରିତ ବିଭିନ୍ନ ଦସ୍ତାବିଜ ଗ୍ରହଣ କରିଥିଲେ। ଏପରି ସ୍ୱତନ୍ତ୍ର ସଘନ ସଂଶୋଧନର ଜନ ଶୁଣାଣି ପ୍ରତି ପଞ୍ଚାୟତ ମାନଙ୍କରେ ଅନୁଷ୍ଠିତ ହେବ ବୋଲି ବିଡ଼ିଓ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ