ହାତୀ ଆକ୍ରମଣରେ ଜଣେ ମୃତ୍ୟୁ ସନ୍ଦେହ ! ପୋଲିସ ଓ ବନବିଭାଗ ତନାଘନା
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବନାଞ୍ଚଳରେ ଦିନକୁ ଦିନ ହାତୀପଳଙ୍କ ଦୌରାମ୍ୟ ବଡ଼ୁଥିବାରୁ ଲୋକେ ଅତିଷ୍ଟ ହୋଇ ଗଲେଣି। ଦୀର୍ଘ ବର୍ଷେ ହେବ ପ୍ରାୟ ୩୦ ଥକିଆ ହାତୀପଲ ନିୟମଗିରି ବାହାରେ ବୁଲି ବୁଲି ଲୋକଙ୍କ କ୍ୟାମ୍ପତି ନଷ୍ଟ କରିବା ସହ ଲୋକଙ୍କୁ ମଧ୍ୟ ମାରିବା ନଜୀର ରହିଛି। ଗତ କିଛିଦିନ ହେବ ନାରୀଙ୍ଗ ତୋଳା ଅଞ୍ଚଳରେ ହାତୀ ପୋଲ ଘୁରିବୁଲୁ ଥିବାରୁ ଲୋକେ ଭୟରେ ତାଟି କବାଟ ପକାଇ ଦେଲେଣି। ଗତ କିଛିଦିନ ପୂର୍ବେ ପତଲମ୍ବା ଅଞ୍ଚଳରେ ଗୋଟିକିଆ ଦନ୍ତା ହାତୀ ବୁଲୁଥିଲା। ଆଜି ଗ୍ରାମର ନିକଟସ୍ତ ନାଳ ନିକଟରେ ଲୋକଙ୍କୁ ପଚା ଗନ୍ଧ ଆସିବାରୁ କିଛିଲୋକ ଦେଖିବାକୁ ଯାଇଥିଲେ। ସେଠାରେ ମଣିଷର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ। ପରେ ଗ୍ରାମବାସୀ ବନ ବିଭାଗ ଓ ପୋଲିସ କୁ ଜଣାଇ ଥିଲେ। ଖବର ପାଇ ପୋଲିସ ଅଧିକାରୀ ଅଜିତ ପରିଡା ଓ ବନପାଳ ବରଖା ପତ୍ର, ଭଗବାନ ସାରକା ଙ୍କ ସହ ହାତୀ ଗାର୍ଡ, ପରା ଗାର୍ଡ ମିଶି ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ। କୌଣସି ଲୋକର ମୃତ୍ୟୁ ହୋଇଥିବାରୁ ଅଞ୍ଚଳର ଆଖପାଖ ଗ୍ରାମର ଲୋକଙ୍କୁ ବୁଝା ବୁଝି କାଟିଥିଲେ ମଧ୍ୟ କେହି ଦଶ ଦିନ ମ୍ବଦ୍ୟରେ ମୃତ୍ୟୁ ହୋଇନି କି କେହି ନିଖୋଜ ହୋଇ ନାହାନ୍ତି ବୋଲି ଖବରରୁ ଜଣା ପଡିଛି। ବର୍ତମାନ ପୁଲିସ ଓ ବନ ବିଭାଗ ଗଟଣା କୁ ନେଇ ଦ୍ଵନ୍ଦରେ ପଡି ତଦନ୍ତ ଆରମ୍ଭ କରିଦରିଛନ୍ତି। ଗ୍ରାମବାସୀ କହିବା ଅନୁଯାଇ କୁଆଡେ ହାତୀ ହିଁ ମାରିଥିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ମୃତ ଶରୀର ପଚି ଯାଇଥିବା ବେଳେ କଙ୍କାଳ ଦେଖା ଯାଉଥିବାରୁ ଶବ ଚିହ୍ନଟ ହୋଇ ପାରିନି ବୋଲି ବନ ବିଭାଗ ପ୍ରକାଶ କରିଛନ୍ତି।


