ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ଗ୍ରାମ ସଭା ଅନୁଷ୍ଠିତ
ନାଉଗାଁ , (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ୧୬ ଗୋଟି ପଞ୍ଚାୟତ ମଧ୍ୟରୁ ଶୁକ୍ରବାର ୮ ଗୋଟି ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି | ପଞ୍ଚାୟତ ସରପଞ୍ଚ ,ପିଇଓ, ଏଡିଇଓ , ପ୍ରତି ୱାର୍ଡ ର ୱାର୍ଡ ମେମ୍ବର ଏବଂ ହିତାଧିକାରୀମାନେ ଉପସ୍ଥିତ ଥିଲେ | ଅଲଣା ପଞ୍ଚାୟତ ରେ ୨୫୧ ଲିଷ୍ଟ ମଧ୍ୟରୁ ୫୧ ଜଣଙ୍କୁ ଯୋଗ୍ୟ ବୋଲି ଚୟନ କରାଯାଇଛି , ସେହିପରି ବଛାଳୋ ପଞ୍ଚାୟତରେ ୨୫୬ଜଣଙ୍କ ମଧ୍ୟରୁ ୧୧୯ ଜଣଙ୍କୁ ଚୟନ କରାଯାଇଛି | ଗଳଧାରୀ ପଞ୍ଚାୟତରେ ୫୬ ଜଣଙ୍କ ମଧ୍ୟରୁ ୨୨ ଜଣଙ୍କୁ ଯୋଗ୍ୟ ହିତାଧିକାରୀ ବୋଲି ଚୟନ କରାଯାଇଛି | ପଞ୍ଚାୟତରେ ଲଗା ଯାଇଥିବା ଲିଷ୍ଟ ଅନୁସାରେ ହିତାଧିକାରୀ ମାନେ ଉପସ୍ଥିତ ଥିବା ବେଳେ , ସେଥିମଧ୍ୟରୁ ବିଭିନ୍ନ କାରଣରୁ ବହୁ ହିତାଧିକାରୀ ଙ୍କୁ ବାଦ ଦେବା କାରଣ ରୁ ଉତ୍ତେଜନା ପ୍ରକାଶ ପାଇଥିଲା | କେଉଁ କାରଣରୁ ସେମାନଙ୍କୁ ବାଦ ଦିଆଯାଇଛି ହିତାଧିକାରୀ ମାନେ ହୋହାଲ୍ଲା କରିଥିଲେ | ଏହାକୁ ଦୃଷ୍ଟିରେ ରଖି ପଞ୍ଚାୟତ ପକ୍ଷରୁ ପୋଲିସ ର ସହାୟତା ନିଆଯାଇଥିଲା ଏବଂ ବ୍ଲକ ପକ୍ଷରୁ ୭ ଦିନିଆ ସମୟ ଦିଆଗଲା | ସେହି ସମୟ ମଧ୍ୟରେ ପ୍ରକୃତ ଯୋଗ୍ୟ ହିତାଧିକାରୀ ମାନେ ଯଦି ତାଲିକାରେ ନାମ ନ ଥିବ ସେହିମାନେ ଲିଖିତ ଭାବରେ ଆବେଦନ କରି ପାରିବେ | ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚୟନ ପାଇଁ ସରପଞ୍ଚ ମାନଙ୍କୁ ସାମିଲ କରାଯାଇ ନ ଥିବାରୁ ପ୍ରତି ପଞ୍ଚାୟତରେ ଠିକ ଭାବରେ ଚୟନ କରାଯାଇ ନାହିଁ ବୋଲି ସରପଞ୍ଚ ମାନେ ଅଭିଯୋଗ କରିଛନ୍ତି |


