ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଶୋକସଭା

ହାଟଡ଼ିହି,(ଓ୍ବାଇଏନ୍ଏସ୍):  ଭାରତବର୍ଷର ୧୩ତମ ରାଷ୍ଟ୍ରପତି ତଥା ଭାରତରତ୍ନ ଉପାଧିପ୍ରାପ୍ତ ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଏକ ଶୋକସଭା ଆଞ୍ଚଳିକ ସବୁଜ ଉଦ୍ୟାନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏ.ସି.ବି ଫାଉଣ୍ଡେସନର ଚେୟାରମେନ ଏବଂ ଆଞ୍ଚଳିକ ସବୁଜ ଉଦ୍ୟାନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ସଭାପତି ଓ ଉପସ୍ଥିତ ଥିବା ସଦସ୍ୟ  ସଦସ୍ୟା ମାନେ ପ୍ରଣବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପଧୂପ ପ୍ରଜ୍ଜ୍ୱଳନ କରିବା ସହ  ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।ପ୍ରଣବ ମୁଖାର୍ଜୀ ଅମର ହେ ଆଦି ସ୍ଲୋଗାନ ମାନ ଦିଆଯାଇଥିଲା ସଭାପତି ପ୍ରଣବଙ୍କ ସାମଗ୍ରୀକ ଗୁଣାବଳୀ ବିଷୟରେ ଅଭିଭାଷଣ ବ୍ୟକ୍ତ କରିଥିଲେ।ଉକ୍ତ ସଭାରେ  ଫାଉଣ୍ଡେସନର କର୍ମକର୍ତ୍ତା ଯଥା ପୁରୁଷତ୍ତୋମ ସାହୁ, ଅବିନାଶ ଚନ୍ଦ୍ର ବେହେରା, ସୁରେନ୍ଦ୍ର ବେହେରା,କେଶବ ଚନ୍ଦ୍ର ବେହେରା,ସୌଭାଗ୍ୟ ସାହୁ, ଶ୍ରୀକାନ୍ତ ବେହେରା, ବିଶ୍ୱରଂଜନ ସାହୁ,ମାନସ ସାହୁ,  ବିନୋଦ ମହାକୁଡ଼ ଅନ୍ୟ ଯୁବଛାତ୍ରଛାତ୍ରୀ ଆଦି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ